Masthead

କାଲି ଠାରୁ ପାଞ୍ଚଦିନିଆ ବିଦେଶ ଗସ୍ତରେ ରହିବେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସନ୍ତା କାଲି ଠାରୁ ପାଞ୍ଚ ଦିନିଆ ବିଦେଶ ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଅକ୍ଟୋବର ୨୯ ତରିଖରୁ ୩୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋମରେ ରହିବେ । ଏହି ସମୟରେ ଇଟାଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ସେ ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକ୍ରମେ ରୋମ ଯାଉଥିବାର ସୂଚନା ମିଳିଛି । ସେପଟେ ନଭେମ୍ବର ୧ ତାରିଖରେ ବ୍ରିଟେନ ଗ୍ଲାଦ୍ପୋରେ ହେବାକୁ ଥିବା କୋପ-୨୬ ବୈଠକରେ ପ୍ରଧାନମନ୍ତ୍ରୀ ଭାରତର ପକ୍ଷ ଉପସ୍ଥାପନ କରିବେ । ଅନ୍ୟପଟେ ମହାମାରୀ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଶିଖର ବୈଠକ ଭର୍ଚୁଆଲ ହୋଇଥିଲା ।

ଏହାକୁ ସାଉଦି ଆରବ ଆୟୋଜନ କରିଥିଲା । ଏହା ପୂର୍ବରୁ ଜୁନ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବରେ ଜାପାନର ଓସାକାରେ ଆୟୋଜିତ ଜି-୨୦ ବୈଠକରେ ଅଂଶଗ୍ରହଣ କରିଥିଲେ । ଏହା ଛଡ଼ା ଇଟାଲୀ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି ବୈଠକର ବିଷୟବସ୍ତୁ ହେଉଛି ଲୋକ, ପୃଥିବୀ ଏବଂ ସମୃଦ୍ଧତା । ତେବେ ଏହା ଜାତିସଂଘ ସ୍ଥାୟୀ ବିକାଶ ଏଜେଣ୍ଡା ୨୦୩୦ ଥିମ ଉପରେ ଆଧାରିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ