Masthead

ଗୁଣ୍ଡିଚା ମନ୍ଦିରରେ କେମିତି ପସିଲା ପୋଲିସ ବାବୁଙ୍କ ବାଇକ୍ ?

(ବଡ଼ ଖବର ବ୍ୟୁରୋ): ଶ୍ରୀକ୍ଷେତ୍ରରେ ଗୁଣ୍ଡିଜା ମନ୍ଦିର ଭିତରକୁ ପସୁଛି ପୋଲିସ ବାବୁଙ୍କ ବାଇକ୍ । ଏହି ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହି ଘଟଣାଟି କେବେକାର ତାହା ଜଣାପଡି ନାହିଁ । ତେବେ ଭାଇରାଲ ହୋଇଥିବା ଭଡିଓରେ ଦେଖିବାକୁ ମିଳୁଛି ଜଣେ ପୋଲିସ ବାବୁ ନିଜ ବାଇକ ଧରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି । ତାଙ୍କ ପରେ ଜଣେ କିଏ ଆସି ଦ୍ୱାର ଖୋଲୁଛନ୍ତି । ଆଉ ତା ପରେ ପୋଲିସ ବାବୁ ବାଇକ ଚଢି ଗୁଣ୍ଡିଚା ଭିତରକୁ ପସୁଛନ୍ତି ।

ତେବେ ଏଠି ପ୍ରଶ୍ନ ଗୁଣ୍ଡିଚା ମନ୍ଦିରକୁ ବାଇକ ଚଢି ପସୁଥିବା ପୋଲିସ ବାବୁ ଜଣକ କିଏ? ବାଇକ ଚଢି ମନ୍ଦିର ଭିତରକୁ ସେ ପଶିଲେ କେମିତି? ଏ ନେଇ ପୋଲିସ ମୁହଁ ଖୋଲିନଥିଲେ ବି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ନିଜ ପ୍ରତିକ୍ରିୟା ରଖିଛନ୍ତି । ଗୁଣ୍ଡିଚା ମନ୍ଦିର ଭିତରେ ପଶି ପ୍ରଶାସକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ସଂପୃକ୍ତ ବ୍ୟକ୍ତି ଜଣକ ଜେଟିପି କର୍ମଚାରୀ ହୋଇଥିବେ ବୋଲି କହିଛନ୍ତି । କାରଣ ଏଠାରେ ପୋଲିସ ରୁହନ୍ତିନି । ତେବେ ଘଟଣାକୁ ଗୁରୁତର ସହ ନିଆଯାଇ ତଦନ୍ତ ହେଉଛି । ବ୍ୟକ୍ତି ଜଣକ କିଏ ସ୍ପଷ୍ଟ ଜଣାଯିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼