Masthead

ଗୁଣ୍ଡିଚା ମନ୍ଦିରରେ କେମିତି ପସିଲା ପୋଲିସ ବାବୁଙ୍କ ବାଇକ୍ ?

(ବଡ଼ ଖବର ବ୍ୟୁରୋ): ଶ୍ରୀକ୍ଷେତ୍ରରେ ଗୁଣ୍ଡିଜା ମନ୍ଦିର ଭିତରକୁ ପସୁଛି ପୋଲିସ ବାବୁଙ୍କ ବାଇକ୍ । ଏହି ଭିଡିଓ ଏବେ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଏହି ଘଟଣାଟି କେବେକାର ତାହା ଜଣାପଡି ନାହିଁ । ତେବେ ଭାଇରାଲ ହୋଇଥିବା ଭଡିଓରେ ଦେଖିବାକୁ ମିଳୁଛି ଜଣେ ପୋଲିସ ବାବୁ ନିଜ ବାଇକ ଧରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି । ତାଙ୍କ ପରେ ଜଣେ କିଏ ଆସି ଦ୍ୱାର ଖୋଲୁଛନ୍ତି । ଆଉ ତା ପରେ ପୋଲିସ ବାବୁ ବାଇକ ଚଢି ଗୁଣ୍ଡିଚା ଭିତରକୁ ପସୁଛନ୍ତି ।

ତେବେ ଏଠି ପ୍ରଶ୍ନ ଗୁଣ୍ଡିଚା ମନ୍ଦିରକୁ ବାଇକ ଚଢି ପସୁଥିବା ପୋଲିସ ବାବୁ ଜଣକ କିଏ? ବାଇକ ଚଢି ମନ୍ଦିର ଭିତରକୁ ସେ ପଶିଲେ କେମିତି? ଏ ନେଇ ପୋଲିସ ମୁହଁ ଖୋଲିନଥିଲେ ବି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ନିଜ ପ୍ରତିକ୍ରିୟା ରଖିଛନ୍ତି । ଗୁଣ୍ଡିଚା ମନ୍ଦିର ଭିତରେ ପଶି ପ୍ରଶାସକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ସଂପୃକ୍ତ ବ୍ୟକ୍ତି ଜଣକ ଜେଟିପି କର୍ମଚାରୀ ହୋଇଥିବେ ବୋଲି କହିଛନ୍ତି । କାରଣ ଏଠାରେ ପୋଲିସ ରୁହନ୍ତିନି । ତେବେ ଘଟଣାକୁ ଗୁରୁତର ସହ ନିଆଯାଇ ତଦନ୍ତ ହେଉଛି । ବ୍ୟକ୍ତି ଜଣକ କିଏ ସ୍ପଷ୍ଟ ଜଣାଯିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉନ୍ନୟନ ପ୍ରଶାସକ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ