Masthead

ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁହଁ ଖୋଲିଲେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ୩ ଗଣମାଧ୍ୟମ ନାଁରେ ମାନହାନୀ ମୋକଦ୍ଦମା କରିଛନ୍ତି ଦିବ୍ୟଶଙ୍କର । ସେ କହିଛନ୍ତି ଯେ ୩ ଗଣମାଧ୍ୟମ ମତେ ବଦନାମ କରୁଛନ୍ତି । ମାନସିକ ଚାପ ଦେଉଥିବାରୁ ମାନହାନୀ ମୋକଦ୍ଦମା କରିଛି ବୋଲି କହିଛନ୍ତି ମନ୍ତ୍ରୀ । ମୋ ବିରୋଧରେ ଅପପ୍ରଚାର କରାଯାଉଛି । ଆଇନ ଅନୁସାରେ ଦୋଷୀଙ୍କୁ ଦଣ୍ଡ ହେଉ । ହତ୍ୟା ଘଟଣାରେ ମୋ ସଂପୃକ୍ତିର ପ୍ରମାଣ ଥିଲେ ମନ୍ତ୍ରୀ ପଦରୁ ଇସ୍ତଫା ଦେବି । ରାଜନୀତିରୁ ସନ୍ନ୍ୟାସ ନେବି ।

ଅପରାଧୀଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ । ମମିତା ମୃତ୍ୟୁ ପାଇଁ ପାଇଁ ମୁଁ ମର୍ମାହତ । ମମିତାଙ୍କ ପରିବାରକୁ ମୋର ସମବେଦନା ରହିଛି । ଜନ ପ୍ରତିନିଧି ଭାବେ ମହାଲିଙ୍ଗ କଲେଜକୁ ଯାଏ । ପରବର୍ତ୍ତୀ ମୁହୁର୍ତ୍ତରେ ଯଦି କୌଣସି ଘଟଣା ଘଟେ ତାହେଲେ ସେଥିରେ ମୁଁ କେମିତି ଦାୟୀ ହେବି । ପ୍ରମାଣ ଥିଲେ ପୋଲିସ, କୋର୍ଟଙ୍କୁ ଦିଅନ୍ତୁ । ବାୟୁସେନାର ଆଦର୍ଶ ନେଇ ରାଜନୀତିକୁ ଆସିଛି । ମୋର କ୍ଷତି ହେଉ ପଛେ ଲୋକଙ୍କ ଦୁଃଖ ସହିପାରିବିନି ।

ମିଛ ଖବର ପ୍ରସାରଣ କରି ମୋ ପରିବାରର ସମ୍ମାନହାନୀ କରାଯାଉଛି ବୋଲି କହିଛନ୍ତି ଦିବ୍ୟଶଙ୍କର । ମତେ ବଦନାମ କରିବାର ସହ ମୋର ଚରିତ୍ର ସଂହାର କରାଯାଉଛି । ରାଜନୈତିକ ଫାଇଦା ପାଇଁ ତିନୋଟି ଗଣମାଧ୍ୟମ ମିଥ୍ୟା ଓ ମନଗଢା ଖବର ପ୍ରସାରଣ କରୁଛନ୍ତି । ମାଁ ମାଣିକେଶ୍ୱରୀଙ୍କ ନାଁରେ ଶପଥ କରି କହୁଛି ମମିତା ହତ୍ୟା ଘଟଣା ସହ ମୋର କୌଣସି ସମ୍ପର୍କ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..