Masthead

ମନ୍ତ୍ରୀ ତଦନ୍ତ ସରିବା ଯାଏ ପଦ ଛାଡ଼ନ୍ତୁ: ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମମିତାଙ୍କ ପରିବାରକୁ ଭେଟିବା ପରେ ବିଜେପି ରାଷ୍ଟ୍ରିୟ ମହିଳା ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ । ସ୍ଥାନୀୟ ପୋଲିସ ଲୋକଙ୍କ ସହ ଆଲୋଚନା କରିଛି ଟିମ । ମମିତା ହତ୍ୟାକାଣ୍ଡ ଅତ୍ୟନ୍ତ ଦୁଃଖ ଘଟଣା । ଗୃହମନ୍ତ୍ରୀଙ୍କ ଅନୁଦାନ ଓ ସ୍କୁଲ ଗସ୍ତକୁ ନେଇ ବିଜେପିର ପ୍ରଶ୍ନ । ଖାଲି ସେତିକି ନୁହେଁ ଗୋବିନ୍ଦ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଯାଇଛି ଗୃହମନ୍ତ୍ରୀ ସାଙ୍ଗରେ । ଡିଆଇଜି କହିଲେ ଏଥିରେ ଗୋବିନ୍ଦ ସାହୁ ସମ୍ପୃକ୍ତ । ମମିତାଙ୍କ ଧମକ ଥିଲା କି ସେ ସତ ପଦାକୁ ଆଣିଦେବ । ସେଥିପାଇଁ ତାକୁ ହତ୍ୟା କରାଗଲା । ତଦନ୍ତକାରୀ ଅଫିସର ଗୃହ ବିଭାଗରେ ଆସୁଛି । ଯେତେବେଳେ କି ଗୃହମନ୍ତ୍ରୀ ନିଜେ ଏଥିରେ ସମ୍ପୃକ୍ତ ଅଛନ୍ତି ।

ଏଭଳି ସ୍ଥିତିରେ କେମିତି ନ୍ୟାୟ ମିଳିବ ମମିତାଙ୍କୁ । ସବୁ ଘଟଣା ଗୃହ ବିଭାଗର ଜାଣତରେ ହେଉଛି । ବିଜେପି ଦାବି କରିଛି ପୁନର୍ବାର କି ମନ୍ତ୍ରୀଙ୍କୁ ବରଖାସ୍ତ କରାଯାଉ । ନିରପେକ୍ଷ ତଦନ୍ତ ପାଇଁ କଲି ମାନିକେଶ୍ୱରୀଙ୍କ ନାଁ ନେଇ ମନ୍ତ୍ରୀ ଶପଥ କଲେ କିନ୍ତୁ ବିଜେପି କହୁଛି କି ମନ୍ତ୍ରୀ ଅନ୍ତତଃ ତଦନ୍ତ ସରିବା ଯାଏ ପଦ ଛାଡ଼ନ୍ତୁ ବୋଲି କହିଛନ୍ତି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ବନତି ଶ୍ରୀନିବାସନ । ସେପଟେ ମେହେର ସମ୍ପ୍ରଦାୟ ଏକ ଏମିତି ଜାତି ଯାହା ସମାଜ ପାଇଁ ଅନେକ ଅବଦାନ ରହିଛି ।

ଆମେ ମର୍ମାହତ ଯେ ତାଙ୍କ ପରିବାରୁକୁ ଭେଟିବା ପରେ ସେମାନେ ଭୟରେ ଅଛନ୍ତି, ସେମାନେ ସବୁ ସମୟରେ କାନ୍ଦୁଛନ୍ତି ଆଉ ନ୍ୟାୟ ମାଗୁଛନ୍ତି । ମମିତାଙ୍କ ମାଆ କାନ୍ଦି କାନ୍ଦି ତଳେ ଲୋଟୁଛନ୍ତି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ସେମାଙ୍କୁ ସରକାର ସାହାଯ୍ୟ କି ସହାନୁଭୂତି ଦେଖାଇ ନାହାନ୍ତି । ଆମେ ତାଙ୍କ ପରିବାର ସହାୟତା ଦାବି କରୁଛୁ । ଓଡ଼ିଶା ସରକାର ସହାୟତା ଦିଅନ୍ତୁ ମମିତାଙ୍କ ପରିବାରକୁ । ନ୍ୟାୟ ପାଇଁ ମୁଖ୍ୟ ନ୍ୟାୟଧିସଙ୍କ ତତ୍ୱାବଧାନରେ ଏକ ଟିମ ଗଠନ ହେଉ । ଭାରତୀୟ ଜନତା ପାର୍ଟି ମମିତାଙ୍କ ପରିବାର ସହ ଅଛି । ସରକାର ତାଙ୍କୁ ସହାୟତା ଓ ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତୁ ବୋଲି ବିଜେପି ନେତ୍ରୀ ଶ୍ରୀରୂପା କହିଛନ୍ତି ।

ରାଜ୍ୟ ସରକର ମହିଳାଙ୍କ ସୁରକ୍ଷା ପାଇଁ ଚିନ୍ତିତ ନୁଁହନ୍ତି ଏଥିପାଇଁ ବିଜେପି ସଭାପତି ଏହି ଟିମକୁ ଓଡ଼ିଶା ପଠାଇଛନ୍ତି । ଗୃହମନ୍ତ୍ରୀଙ୍କ ଏଥିରେ ସମ୍ପୃକ୍ତ ଅଛି । ଗୋବିନ୍ଦ ସାହୁ ଫେରର ହେବ, ସ୍କୁଲକୁ ଅନୁଦାନ ମିଳିବା ଏସବୁ ସନ୍ଦେହରେ ବିନା ସାଇଁଟିଫିକ ରିପୋର୍ଟରେ କମିଟି ମମିତାଙ୍କ ଜିନିଷ ପରିବାକୁ ଦିଆଗଲା । ଗୃହମନ୍ତ୍ରୀ ନିଜ ଅଂଚଳରର ଏଭଳି ଘଟଣା ପରେ ବି ସେ କେବେ ସେ ପରିବାରକୁ ଭେଟି ସାନ୍ତ୍ୱନା ଦେଇ ନାହାନ୍ତି । ଏତେଦିନ ନିରବ ପରେ ବିଜେପି କେନ୍ଦ୍ରୀୟ ଟିମ ଆସିବା ପରେ ସେ ମୁହଁ ଖୋଲିଲେ । ଆମେ ଯେଉଁ ରିପୋର୍ଟ ସଂଗ୍ରହ କରିଛୁ ଆମେ ତାକୁ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଦେବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି