Masthead

ମମିତା ପ୍ରସଙ୍ଗର କାଉଣ୍ଟର ପାଇଁ ବିଜେଡିର ଦରଦାମ୍ ରଣନୀତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ମମିତା ତାତି । କଟକରୁ କଳାହାଣ୍ଡି ସବୁଠି ଜଳୁଛି ମମିତାର ହତ୍ୟାକାଣ୍ଡର ନିଆଁ । ଖାଲି ବିରୋଧୀ ନୁହେଁ ସାଧାରଣ ଜନତା ବି ଓହ୍ଲାଉଛନ୍ତି ରାଜରାସ୍ତାକୁ । ତେବେ ମମିତା ପ୍ରସଙ୍ଗରେ ବିରୋଧୀ ବିଶେଷକରି ବିଜେପିକୁ ଜବାବ ଦେବାକୁ ବିଜେଡିର ରଣନୀତି । ରାସ୍ତାକୁ ଓହ୍ଲାଇବ ଶାସକ ଦଳ । କିନ୍ତୁ ମମିତାଙ୍କ ପ୍ରସଙ୍ଗରେ ନୁହେଁ ଦରଦାମ ବୃଦ୍ଧି ପ୍ରସଙ୍ଗରେ । ଦରଦାମ ବୃଦ୍ଧିକୁ ନେଇ ବିଜେଡି କରିବାକୁ ଯାଉଛି ରାଜ୍ୟବ୍ୟାପି ଆନ୍ଦୋଳନ ।

ଦରଦାମ ରୋକିବାରେ କେନ୍ଦ୍ର ସରକାର ହୋଇଛନ୍ତି ବିଫଳ । ପେଟ୍ରୋଲ, ଡିଜେଲ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବଢି ବଢି ଚାଲିଛି। ଯାହା ସିଧାସଳଖ ପ୍ରଭାବ ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ପଡୁଛି । ତୈଳ ଦର ବୃଦ୍ଧି ଯୋଗଁ ସାଧରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ତୀବ୍ର ହୋଇଛି । ଏପଟେ ଲୋକଙ୍କ ରୋଜଗାର କମିଗଲାଣି । ବେରୋଜଗାରୀ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଆର୍ଥିକ ବ୍ୟବସ୍ଥା ପରିଚାଳନା କରିବାରେ ବିଫଳ ହୋଇଛନ୍ତି । ବିଜେପି ସରକାର ବିକାଶର କଥା କହୁଛନ୍ତି।

କିନ୍ତୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ରାଜ୍ୟବ୍ୟାପି ହେବ ବିକ୍ଷୋଭ । ଆସନ୍ତାକାଲି ଅର୍ଥାତ୍ ୩୧ ତାରିଖରେ ରାଭବନରେ ସମ୍ମୁଖରେ ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଧାରଣା ଦେବ ବିଜେଡି । ନଭେମ୍ବର ୧ରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପି ଆନ୍ଦୋଳନ ନଭେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ପେଟ୍ରୋଲ-ଡିଜେଲ ଦର ବୃଦ୍ଧିକୁ ନେଇ ଯୁବ ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି