Masthead

ନୱାବ ମଲିକଙ୍କ ନାଁରେ ୧୦୦ କୋଟି ଟଙ୍କା ମାନହାନୀ ମୋକଦ୍ଦମା

(ବଡ଼ ଖବର ବ୍ୟୁରୋ) ମନ୍ତ୍ରୀଙ୍କ ନାଁରେ ମାନହାନି ମୋକଦ୍ଦମା । ୧୦୦ କୋଟି ଟଙ୍କା ମାନହାନୀ ମୋକଦ୍ଦମା କଲେ ବିଜେପି ନେତା । ତେବେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ନାଁରେ ମାମଲା ଦାୟର କରିଛନ୍ତି ବିଜେପି ନେତା ମୋହିତ କାମ୍ବୋଜ । ସୂଚନା ଅନୁଯାୟୀ ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଜାମିନ ମିଳି ସାରିଛି । କିନ୍ତୁ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ ବୟାନବାଜୀ ଯୋଗୁଁ ଏହି ମାମଲା ଏେବେ ବି ଚର୍ଚ୍ଚାରେ ଅଛି ।

ଗତ କିଛି ଦିନ ତଳେ ନୱାବ ମଲିକ ବିଜେପି ନେତା ମୋହିତ କାମ୍ବୋଜ ଏବଂ ତାଙ୍କ ପରିବାର ବିରୋଧରେ କ୍ରମାଗତ ଭାବେ ଅଭିଯୋଗ ଆଣିଥିଲେ । ମୁମ୍ବାଇ ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ପରିବାର ସଂପୃକ୍ତ ଥିବା କଥା ଉଠାଇଥିଲେ । ଏହି କାରଣରୁ ଅକ୍ଟୋବର ୯ରେ ମଲିକଙ୍କୁ ଏକ ନୋଟିସ ପଠାଇଥିଲେ ମୋହିତ କାମ୍ବୋଜ ।

ସେ କହିଥିଲେ ବିନା ପ୍ରମାଣରେ କାହାକୁ ବଦନାମ କରିବା ଭୁଲ ଅଟେ । କିନ୍ତୁ ଏହା ପରେ ବି ନୱାବ ମୋହିତଙ୍କ ପରିବାରକୁ ପୁଣି ଟାର୍ଗେଟ କରିଥିଲେ । ଏଥିରେ ରାଗିଯ୍ଧବ ବିଜେପି ନେତା ମୋହିତ ଏବେ ମଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ନୱାବ ମଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କରିଛନ୍ତି । ଏହା ସହ ମୁମ୍ବାଇ ପୋଲିସ ନିକଟରେ ସେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ମଧ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ