Masthead

ଆଜି ବି ସହିଦ ପ୍ରସନ୍ନଙ୍କୁ ଝୁରୁଛି ଜନ୍ମ ମାଟି ପାରିଶିଖର

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଆଜି ବି ମନେ ପଡେ ସେଦିନର ୪୦ ଯବାନଙ୍କ ବଳିଦାନର କଥା । ୨୦୧୯ ଫେବୃଆରୀ ୧୪ ଯେଉଁ ଦିନକୁ ଭୁଲିନି ସମଗ୍ର ଭାରତ ଯେଉଁ କଥା ମନେ ପଡିଲେ ଦେହରେ ଖେଳି ଯାଏ ଶିହରଣ ଓ ଆଖିରେ ଆସିଯାଏ ଲୁହ । ଏହି ଦିନ ଜାମ୍ମୁକାଶ୍ମୀରର ଫୁଲୁୱାମାରେ ସେନାବାହିନୀର ଗାଡି ଉପରକୁ ହୋଇଥିଲା ଭୟଙ୍କର ବିସ୍ପୋରଣ ଯେଉଁ ଆତଙ୍କବାଦୀଙ୍କ ବିସ୍ପୋରଣରେ ସହିଦ ହୋଇଯାଇଥିଲେ ୪୦ ବୀର ଯବାନ । ଯାହାଙ୍କ ମଧ୍ୟରେ ଜଣେ ଥିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗ୍ରାମର ସହିଦ ପ୍ରସନ୍ନ ସାହୁ ।

ଯାହାଙ୍କ ବଳିଦାନରେ ଗର୍ବିତ ହୋଇଥିଲା ନାଉଗାଁ ମାଟି ଓ ଦେଶ । ତାଙ୍କର ଏହି ବଳିଦାନକୁ ବିତି ଯାଇଛି ୫ ବର୍ଷ ସତ କିନ୍ତୁ ତାଙ୍କର ଏହି ବଳିଦାନକୁ ଭୁଲିନି ନିଜ ଜନ୍ମମାଟି ଆଉ ସାରା ଦେଶ । ଆଜିବି ସହିଦ ପ୍ରସନ୍ନଙ୍କୁ ଝୁରୁଛି ଜନ୍ମ ମାଟି ପାରିଶିଖର । ଦେଶ ପାଇଁ ତାଙ୍କର ଏହି ବଳିଦାନକୁ ନେଇ ଗର୍ବ କରୁଛନ୍ତି ପରିବାର ଲୋକେ । ଆଜି ତାଙ୍କ ର ଏହି ସ୍ମୃତିକୁ ମନେ ରଖିବା ପାଇଁ ଗ୍ରାମବାସୀ ଓ ପରିବାରଙ୍କ ପକ୍ଷରୁ ମିଳିତ ଉଦ୍ୟମରେ ବିଭିନ୍ନ କାର୍ୟ୍ୟକ୍ରମ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା