Before Header

ଆଜି ବି ସହିଦ ପ୍ରସନ୍ନଙ୍କୁ ଝୁରୁଛି ଜନ୍ମ ମାଟି ପାରିଶିଖର

0 529

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଆଜି ବି ମନେ ପଡେ ସେଦିନର ୪୦ ଯବାନଙ୍କ ବଳିଦାନର କଥା । ୨୦୧୯ ଫେବୃଆରୀ ୧୪ ଯେଉଁ ଦିନକୁ ଭୁଲିନି ସମଗ୍ର ଭାରତ ଯେଉଁ କଥା ମନେ ପଡିଲେ ଦେହରେ ଖେଳି ଯାଏ ଶିହରଣ ଓ ଆଖିରେ ଆସିଯାଏ ଲୁହ । ଏହି ଦିନ ଜାମ୍ମୁକାଶ୍ମୀରର ଫୁଲୁୱାମାରେ ସେନାବାହିନୀର ଗାଡି ଉପରକୁ ହୋଇଥିଲା ଭୟଙ୍କର ବିସ୍ପୋରଣ ଯେଉଁ ଆତଙ୍କବାଦୀଙ୍କ ବିସ୍ପୋରଣରେ ସହିଦ ହୋଇଯାଇଥିଲେ ୪୦ ବୀର ଯବାନ । ଯାହାଙ୍କ ମଧ୍ୟରେ ଜଣେ ଥିଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗ୍ରାମର ସହିଦ ପ୍ରସନ୍ନ ସାହୁ ।

ଯାହାଙ୍କ ବଳିଦାନରେ ଗର୍ବିତ ହୋଇଥିଲା ନାଉଗାଁ ମାଟି ଓ ଦେଶ । ତାଙ୍କର ଏହି ବଳିଦାନକୁ ବିତି ଯାଇଛି ୫ ବର୍ଷ ସତ କିନ୍ତୁ ତାଙ୍କର ଏହି ବଳିଦାନକୁ ଭୁଲିନି ନିଜ ଜନ୍ମମାଟି ଆଉ ସାରା ଦେଶ । ଆଜିବି ସହିଦ ପ୍ରସନ୍ନଙ୍କୁ ଝୁରୁଛି ଜନ୍ମ ମାଟି ପାରିଶିଖର । ଦେଶ ପାଇଁ ତାଙ୍କର ଏହି ବଳିଦାନକୁ ନେଇ ଗର୍ବ କରୁଛନ୍ତି ପରିବାର ଲୋକେ । ଆଜି ତାଙ୍କ ର ଏହି ସ୍ମୃତିକୁ ମନେ ରଖିବା ପାଇଁ ଗ୍ରାମବାସୀ ଓ ପରିବାରଙ୍କ ପକ୍ଷରୁ ମିଳିତ ଉଦ୍ୟମରେ ବିଭିନ୍ନ କାର୍ୟ୍ୟକ୍ରମ କରାଯାଇଛି।

Leave A Reply

Your email address will not be published.