Masthead

ରକ ଅଫ ପିସ ଦଖଲ କରିବା ପାଇଁ ଚାଇନାର ନୂଆ ପ୍ଲାନ 

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ବଢିବାରେ ଲାଗୁଛି । କିଏ ସୀମାରେ ସେନଙ୍କୁ ମୁତୟନ କରୁଛି ତ ଆଉ କିଏ ସୀମାରେ ଜନବସତି ବସାଇବାର ଯୋଜନା କରୁଛି । ସେପଟେ ଭାରତ-ଚୀନ ସୀମାରେ ଏପରି ହେବା କିଛି ନୂଆ କଥା ନୁହଁ । ଦୀର୍ଘ ବର୍ଷ ହେବ ଉଭୟ ସୀମାରେ ଏପରି ଘଟିଆସୁଛି । ହେଲେ ଏହାର କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ । କେବଳ ଏତିକି ନୁହେଁ ବରଂ ଚାରି ସପ୍ତାହ ପୂର୍ବରୁ ଅରୁଣାଚଳ ପ୍ରଦେଶର ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲରେ ଭାରତୀୟ ଏବଂ ଚୀନ ସାମରିକ ପାଟ୍ରୋଲିଂ ଘଣ୍ଟା ଘଣ୍ଟା ଧରି ମୁହାଁମୁହିଁ ହୋଇଥିଲେ । ଏହି ବିବାଦର କାରଣ ହେଉଛି ଚାଇନା ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟରେ ଥିବା ରକ ଅଫ ପିସ । ଉଚ୍ଚ ଶିଖରରେ ଅବସ୍ଥିତ ଏହି ପୋଷ୍ଟକୁ କାବୁ କରିବାକୁ ଉଦ୍ୟମ ଦ୍ୱାରା ସୀମାର ଉଭୟ ପାଶ୍ୱରେ ଉତ୍ତେଜନା ଦେଖାଦେଇଛି ।

ରଣନୈତିକ ଗୁରୁତ୍ୱ ଦୃଷ୍ଟିକୋଣରୁ, ଏହି ଶିଖରର ବିଶେଷ ଗୁରୁତ୍ୱ ରହିଛି କାରଣ ଏହି ଶିଖରରୁ ଶତ୍ରୁମାନଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ସହଜ । ସାମ୍ପ୍ରତିକ ଉତ୍ତେଜନା ସମୟରେ ଚାଇନାର ପିଏଲଏ ତାୱାଙ୍ଗର ୩୫ କିଲୋମିଟର ଉତ୍ତର ପୂର୍ବରେ ୟାଙ୍ଗସେ ନାମକ ଏକ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଏହି  ସମୟରେ ପିଏଲଏ ପାଟ୍ରୋଲିଂ ପାଇଁ ଏହି ପାହାଡ଼ର ଶୀର୍ଷକୁ ଯାଇଥିବା ଭାରତୀୟ ସେନାର ଗୋଟିଏ ରୁଟର ନିକଟତର ହୋଇଥିଲା । କିନ୍ତୁ ଭାରତୀୟ ସେନା ପକ୍ଷରୁ ଏହି ଉଦ୍ୟମକୁ ବାଧା ଦିଆଯାଇଥିଲା । ବର୍ତ୍ତମାନ ଏହି ଅଞ୍ଚଳ ବରଫରେ ସମ୍ପୂର୍ଣ୍ଣ ଭାବେ ଆଚ୍ଛାଦତ ହୋଇଛି ଏବଂ ଏହା ସ୍ଥିିତି ମାର୍ଚ୍ଚ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ।

ଉଭୟ ଭାରତୀୟ ସେନା ଏବଂ ଚାଇନାର ପିଏଲଏର ସୈନିକ ୟାଙ୍ଗଜେ ଅଞ୍ଚଳର  ଉଭୟ ପାଶ୍ୱରେ ପ୍ରାୟ ୩ ହଜାରର ସୈନ୍ୟ ମୁତୟନ କରିଛନ୍ତି । ଏହା ସହିତ ମାନବ ବିହୀନ ବିମାନ ଏବଂ ଅନ୍ୟ ଯାନ ଗୁଡ଼ିକୁମ ମଧ୍ୟ ମହଜୁଦ ରଖିଛନ୍ତି । ପାଟ୍ରେଲିଂ ପାଇଁ ଉଭୟ ପାଶ୍ୱରେ ସୀମାନ୍ତ ଅଞ୍ଚଳରେ ସଡ଼କ ଏବଂ ରେଳ ଟ୍ରାକର ନେଟୱାର୍କ ରହିଛି । ୧୭ ହଜାର ଫୁଟରେ ଅବସ୍ଥିତ ଏହି ଶିଖରଟଇ ଏଲଏସିରେ ତିବ୍ଦତର ଏକ କମାଣ୍ଡିଂ ଦୃଶ୍ୟ ପ୍ରଦାନ କରିବାକୁ ସକ୍ଷମ । ଏହା ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ୟାଙ୍ଗଜେ ଅଞ୍ଚଳ ଏକ ବ୍ୟାପକ ଅଞ୍ଚଳର ଅଂଶ । ଏହାକୁ ସୈନ୍ୟମାନେ ମାଗୋ-ଚୁନା କହିଥାନ୍ତି । ନୁରାନଙ୍ଗ ନଦୀ ଭାରତରେ ତିବ୍ଦତରୁ ପ୍ରବେଶ କରୁଥିବା ପର୍ବତ ନିକଟରେ ଏହି ଶିଖର ଅବସ୍ଥିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି