ବିନା ପରିଚୟରେ ଭାରତୀୟଙ୍କୁ ନେପାଳ ଯିବା ମନା 

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିନା ପରିଚୟ ପତ୍ରରେ ନେପାଳକୁ ଯିବା ମନା । ଏଣିକି ନେପାଳ ଯିବାକୁ ହେଲେ ଭାରତୀୟଙ୍କୁ ଦରକାର ପରିଚୟ ପତ୍ର । ଅବୈଧ ପ୍ରବେଶକୁ ଦୃଷ୍ଟିରେ ରଖି ନେପାଳ ସରକାର ନେଲେ ବଡ଼ ନିଷ୍ପତ୍ତି । ନେପାଳ ଯିବାକୁ ହେଲେ ଭାରତୀୟଙ୍କୁ ପରିଚୟ ପତ୍ର ଦରକାର । ଭାରତ ନେପାଳ ସୀମାରେ ନେପାଳକୁ ପ୍ରବେଶ କରିବାକୁ ହେଲେ ଭାରତୀୟ ନାଗରିକଙ୍କୁ ଏକ ପରିଚୟ ପତ୍ର ନେବା ଆବଶ୍ୟକ । ବିନା ପରିଚୟ ପତ୍ରରେ ଭାରତୀୟ ନାଗରିକମାନେ ନେପାଳ ପ୍ରବେଶ କରିପାରିବେ ନାହିଁ । ସେପଟେ ତୃତୀୟ ଦେଶ ଅର୍ଥାତ ଚୀନର ନାଗରିକଙ୍କ ଦ୍ୱାରା ଦକ୍ଷିଣ ସୀମାରେ ଅବୈଧ ଭାବରେ ପ୍ରବେଶ କରୁଥିବା ସମୟରେ ନେପାଳ ସରକାର ଏପରି ନିଷ୍ପତ୍ତି ନେଇଥିବାର ଦେଖିବାକୁ ମିଳିଛି ।

ନେପାଳ ସରକାରଙ୍କ ଗୃହମନ୍ତ୍ରୀ ବାଳକୃଷ୍ଣ ଖାନ ସୀମା ପ୍ରବନ୍ଧ ଓ ସୀମାରେ ଘଟୁଥିବା ଅପରାଧକୁ ରୋକିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ସମିତିଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ପୁଲିସ, ଶସସ୍ତ୍ର ପୁଲିସ ବଳ, ରାଷ୍ଟ୍ରୀୟ ଯାଞ୍ଚ ବିଭାଗର ଅଧିକାରିମାନେ ଏପରି ନିଷ୍ପତ୍ତି ନେବା ପାଇଁ ଗୃହମନ୍ତ୍ରୀଙ୍କୁ କହିଥିବାର ସୂଚନା ମିଳିଛି । ଏହାର ଠିକ ଗୋଟିଏ ଦିନ ପରେ ଜଣେ ଭାରତୀୟ ନାଗରିକଙ୍କୁ ନେପାଳ ପ୍ରବେଶ ପାଇଁ ଏକ ଦଲିଲରେ ସ୍ୱାକ୍ଷର କରିଥିବାର କଥା ମଧ୍ୟ ସାମ୍ନାକୁ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ