Masthead

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ; କାହିଁକି ଉଠାଇଲେନି ମମିତା କଥା ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମମିତା ପ୍ରସଙ୍ଗରେ ବିଜେପିର ହାଲ୍ଲାବୋଲ । ନ୍ୟାୟ ଦାବିରେ ରାଜ୍ୟ ବ୍ୟାପି କରୁଛି ବିକ୍ଷୋଭ । କେତେବେଳେ ନବୀନ ନିବାସ ସାମ୍ନାରେ ତ ଆଉ କେତେବେଳେ ରାଜରାସ୍ତାରେ । ମୁଖ୍ୟମନ୍ତ୍ରୀଙ୍କ ନିରବତା ଭାଙ୍ଗିବା ପାଇଁ ବିଜେପି ଆପଣାଇଛି ବିଭିନ୍ନ ତରିକା । ହେଲେ ବିଜେପିର କେନ୍ଦ୍ରମନ୍ତ୍ରୀ ନବୀନ ନିବାସ ଯାଇ ମୁଖମନ୍ତ୍ରୀଙ୍କ ସହ କରୁଛନ୍ତି ମଧୁର ଆଳାପ । ମମିତାଙ୍କ ସମ୍ପର୍କରେ ଦୁଇ କେନ୍ଦ୍ରମନ୍ତ୍ରୀ ପାଟି ନଫିଟାଇ ଦଳୀୟ ନେତା ଓ କର୍ମୀଙ୍କୁ ଚକିତ କରିଛି । ମମିତା ପ୍ରସଙ୍ଗରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେପି ବାରମ୍ବାର ଆନ୍ଦୋଳନ କରିଆସୁଛି । ଏହାରି ଭିତରେ ଦିଲ୍ଲୀରୁ ଓଡ଼ିଶା ଆସିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ । ସେମାନେ ମମିତା ପ୍ରସଙ୍ଗ ଦିଲ୍ଲୀ ପର୍ଯନ୍ତ ନେବା ସମ୍ପର୍କରେ ମୁଖମନ୍ତ୍ରୀଙ୍କ ଆଲୋଚନା କରିବେ ବୋଲି ଆଶା କରାଯରାଉଥିଲା । ମାତ୍ର ସେପରି ହେଲା ନାହିଁ ।

କେନ୍ଦ୍ର ସଂସଦୀୟ ବ୍ୟାପାର ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହବ ପାଟିଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରାୟ ୪୫ ମିନିଟ କାଳ ଆଲୋଚନା କରିଥିଲେ । କ୍ଲିନ ଏନର୍ଜୀ ସେସର ୬୦ ପ୍ରତିଶତ ଓଡ଼ିଶାକୁ ଦେବା, ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଏବଂ ତାଳଚେର ଏମସିଏଲ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ । ଦୁଇ କେନ୍ଦ୍ରମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ବାହାରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନବୀନ ନିିବାସରେ ଉଭୟ ପକ୍ଷ ମଧ୍ୟରେ ରାଜ୍ୟର ବିକାଶ ନେଇ ଆଲୋଚନା ହୋଇଛି । ମାତ୍ର ଆଲୋଚନା ବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ମମିତା ପ୍ରସଙ୍ଗରେ ମୁହଁ ଖୋଲି ନାହାଁନ୍ତି । ମମିତା ମେହେର ହତ୍ୟା ଘଟଣା ଏବେ ରାଜ୍ୟରେ କମ୍ପମାନ ହେଉଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସାରା ରାଜ୍ୟ ଉଠୁଛି ପଡ଼ୁଛି ।

ଏପରିକି ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପି ବାରମ୍ବାର ଶାସକ ଦଳକୁ ଟାର୍ଗେଟ କରିଆସୁଛି । କେବଳ ଏତିକି ନୁହେଁ ବରଂ ଦିଲ୍ଳୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସ ମିଟ କରି ବିଜେଡି ସରକାର ବିରୋଧରେ ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ ପାଇଁ ବିଜେପି ଘେରୁଛି ନବୀନ ନିବାସ । ହେଲେ କେନ୍ଦ୍ରର ବିଜେପି ନେତାମାନେ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ କରୁଛନ୍ତି ମଧୁର ଆଳାପ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ 🔴 ଆଜିଠୁ ବାହୁଡ଼ା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ନେବ ୩ ରଥ