Masthead

କମିଲା ବିଜୁଳି ଦର

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): କମିଲା ବିଜୁଳି ଦର । ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଚନ୍ନୀଙ୍କ ବଡ଼ ନିଷ୍ପତ୍ତି । କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ପଞ୍ଜାବବାସୀଙ୍କ ପାଇଁ ବିଜୁଳି ପ୍ରତି ୟୁନିଟ ପିଛା ଦର ୩ ଟଙ୍କା କମ କରିବାକୁ ଘୋଷଣା କରିଛନ୍ତି । ଏହି ବିଦ୍ୟୁତ ଶୁଳ୍କ ହ୍ରାସ ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାରଙ୍କ ଉପରେ ୩,୩୧୬ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି, “ଘରୋଇ ଗ୍ରାହକଙ୍କ ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ ଶୁଳ୍କକୁ ୟୁନିଟ ପିଛା ୩ ଟଙ୍କା ହ୍ରାସ କରିବାକୁ ରାଜ୍ୟ କ୍ୟାବିନେଟ ଅନୁମତି ଦେଇଛି। ଏହା ଲୋକଙ୍କ ପାଇଁ ଗୋଟିଏ ବଡ଼ ଦୀପାବଳି ଭେଟି। ଏହି ନିୟମକୁ ତତ୍କାଳ ଭାବେ ଲାଗୁ କରାଯାଉଛି। ଜଣେ ଉପଭୋକ୍ତାଙ୍କୁ ପ୍ରଥମ ୧୦୦ ୟୁନିଟ ପାଇଁ ୟୁନିଟ ପିଛା ୧.୧୯ ଟଙ୍କା ଦେବାକୁ ପଡ଼ିବ।

ଏହାପରେ ୧୦୦ରୁ ୩୦୦ ୟୁନିଟ ଯାଏ ୟୁନିଟ ପିଛା ୪ ଟଙ୍କା ସଂଗ୍ରହ କରାଯିବ। ଏହି ରିହାତି ଜିରୋ ଓ ୭ କିଲୋୱାଟ ବିଜୁଳି ପାଇଁ ଲାଗୁ ହେବ। ବର୍ତ୍ତମାନ ସମଗ୍ର ଦେଶକୁ ବିଚାରକୁ ନେଲେ ପଞ୍ଜାବରେ ବିଜୁଳି ଶୁଳ୍କ ସବୁଠାରୁ ଶସ୍ତା।ଏହା ଅଧିକାଂଶ ଉପଭୋକ୍ତାଙ୍କୁ ଫାଇଦା ଦେବ। ଜିଭିକେ ଥର୍ମାଲ ପାୱାର ପ୍ଲାଣ୍ଟ ଆମକୁ ୟୁନିଟ ପିଛା ୬ରୁ ୭ ଟଙ୍କାରେ ବିଜୁଳି ବିକ୍ରି କରୁଥିଲା।

ତେଣୁ ଜିଭିକେ ଠାରୁ ବିଜୁଳି କିଣିବା ବନ୍ଦ କରି ଦେଇଛୁ। ଖୋଲା ବଜାରରୁ ବିଜୁଳି ୟୁନିଟ ପିଛା ୨.୩୮ ଟଙ୍କାରେ କିଣିବାକୁ ଆମକୁ ପ୍ରସ୍ତାବ ମିଳିଥିଲା। ଆଜି ପଞ୍ଜାବ ୟୁନିଟ ପିଛା ୨.୬୫ ଟଙ୍କାରେ ବିଜୁଳି କିଣୁଛି।” ମୁଖ୍ୟମନ୍ତ୍ରୀ ଚନ୍ନି କହିଛନ୍ତି, ପ୍ରତିବର୍ଷ ବିଜୁଳି ସବସିଡି ବାବଦରେ ୩,୩୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ପୂର୍ବରୁ କୃଷି କ୍ଷେତ୍ର ପାଇଁ ଦିଆଯାଉଥିବା ସବସିଡିରେ ଏହା ସାମିଲ ହେବ। ଏବେ ୨୧ ଲକ୍ଷ ଘରୋଇ ଉପଭୋକ୍ତା ୨୦୦ ୟୁନିଟ ଯାଏ ମାଗଣା ବିଜୁଳି ପାଉଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼