Masthead

ବଡ଼ ପରଦାରେ ଏକାଠି ହେବେ ରଣବୀର-ଆଲିଆ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଡ଼ ପରଦାରେ ରଣବୀର ଓ ଆଲିଆଙ୍କୁ ଏକାଠି ଦେଖିବାକୁ ଦୀର୍ଘଦିନ ହେଲା ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଯେବେଠୁ ଦୁହିଁଙ୍କ ପ୍ରେମ ସମ୍ପର୍କ ବିଷୟରେ ଖୁଲାସା ହୋଇଛି ଦୁହେଁ ପ୍ରାୟ ସବୁଠି ଏକାଠି ନଜର ଆସନ୍ତି । କିନ୍ତୁ ଗୋଟିଏ ଫିଲ୍ମରେ ଦୁହିଁଙ୍କୁ ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି ସିନେପ୍ରେମୀ । ସେଥିପାଇଁ ଫ୍ୟାନ୍ସଙ୍କ ମନରେ ଏବେ ରହିଛି ଅନେକ ଉତ୍ସାହ । ପ୍ରଥମ ଥର ପାଇଁ ରଣବୀର ଓ ଆଲିଆ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଜରିଆରେ ବଡ଼ ପରଦାକୁ ଆସୁଛନ୍ତି। ଫିଲ୍ମର କିଛି ପୋଷ୍ଟର ଓ ସୁଟିଂ ସେଟ୍ ର ଅନେକ ଫଟୋ ସାମ୍ନାକୁ ଆସି ସାରିଛି । ଫିଲ୍ମର ଦୁଇଟିଯାକ ଗୀତଦୃଶ୍ୟକୁ ଅନେକ ଦର୍ଶକ ଦେଖିସାରିଲେଣି। ଏପରିକି ହରିଦ୍ୱାର ଗଙ୍ଗାଘାଟରେ ଯେଉଁ ଗୀତଟି ସୁଟିଂ ହେଇଥିଲା ତାହାର କିଛି କ୍ଲିପିସ୍ ମଧ୍ୟ ସିନେପ୍ରେମୀଙ୍କ ସାମ୍ନାକୁ ଆସି ସାରିଲାଣି ।

ଶୁଣିବାକୁ ମିଳିଛି ଯେ ଏଥିରେ ସୁପର୍‌ହିରୋ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି ରଣବୀର । ପୁଣି ଏଥିରେ ବ୍ରହ୍ମାସ୍ତ୍ରର ମହାଗୁରୁ ଭୂମିକାରେ ଅଛନ୍ତି ଅମିତାଭ ବଚ୍ଚନ ଏବଂ ପ୍ରତ୍ନତତ୍ତ୍ବବିତ୍‌ ଭୂମିକାରେ ଅଛନ୍ତି ସାଉଥ ଇଣ୍ଡଷ୍ଟ୍ରିର ନାମୀ ଅଭିନେତା ନାଗାର୍ଜୁନ। ଏତିକିରେ ଏହାର ମନୋରଂଜନ ପ୍ୟାକେଜ୍ ଅଟକିଯାଇନାହିଁ। ‘ବ୍ରହ୍ମାସ୍ତ୍ର’ରେ ଆଇଟମ୍ ଗାର୍ଲ ଭୂମିକାରେ ଅଛନ୍ତି ଟେଲିଭିଜନ୍‌ ଇଣ୍ଡଷ୍ଟ୍ରିର ନାଗିନ୍ ମୌନୀ ରାୟ। ଏମାନଙ୍କ ସହ ଡିମ୍ପଲ୍ କାପାଡିଆ, ପ୍ରତୀକ ବାବର, ଦୁବେନ୍ଦୁ, ଭିଶାଲ୍‌ କାରୱାଲ୍‌, ସୌରଭ ଗୁର୍ଜାର, ରାଶି ମାଲ୍‌ଙ୍କ ବ୍ୟତୀତ ଏକ ବିଶେଷ ଭୂମିକା ରେ ଦେଖିବାକୁ ମିଳିବେ କିଙ୍ଗ୍ ଖାନ୍ ଶାହାରୁଖ୍ ଖାନ୍। ତେବେ ଆଗକୁ କେବଳ ଫିଲ୍ମର ରିଲିଜ୍ କୁ ଅପେକ୍ଷା ରହିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ