Masthead

ଓସ୍ଲୋରେ ଓଡ଼ିଶୀ ନୃତ୍ୟର ପ୍ରଶଂସା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଦେଶ ମାଟିରେ ଓଡ଼ିଶାର କଳା ପ୍ରଦର୍ଶିତ । ସୁଦୂର ନରୱେର ରାଜଧାନୀ ଓସ୍ଲୋରେ ନିଜର କଳା ଓ ସଂସ୍କୃତିର ପ୍ରଦର୍ଶନ କଲେ ପ୍ରବାସୀ । କେବଳ ଓଡିଶାରେ ନୁହେଁ ଓଡିଶା ବାହାରେ ବି ବଞ୍ଚି ରହିଛି ଓଡ଼ିଶାର ଲୋକ କଳା ଓ ସଂସ୍କୃତି । ଏହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଓସ୍ଲୋରେ ଅନୁଷ୍ଠିତ ହୋଇଥିବା ‘ଦ କଲର’ ଫେଷ୍ଟିଭାଲରେ । ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଆ ଝିଅମାନେ ନିଜର କଳା ପ୍ରଦର୍ଶନ କରିଥିଲେ । ପ୍ରବାସୀ ଭାରତୀୟମାନେ ନିଜ ନିଜ ରାଜ୍ୟର ଲୋକ କଳା ପ୍ରଦର୍ଶନ କରିଥିବା ବେଳେ ଓଡ଼ିଆ ଝିଅମାନେ ବନ୍ଦେ ଉତ୍କଳ ଜନନୀ ଗୀତରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଯାହାକୁ ସେଠାରେ ଉପସ୍ଥିତ ଥିବା ୪ ହଜାରରୁ ଅଧିକ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ବିଦେଶ ମାଟିରେ ନିଜ ରାଜ୍ୟର ନୃତ୍ୟ ପରିବେଷଣ କରି ବେଶ୍ ଗର୍ବିତ ଅନୁଭବ କରିଥିଲେ ସମସ୍ତ ଓଡ଼ିଆ ନୃତ୍ୟଶିଳ୍ପୀ । ଏହି ନୃତ୍ୟ ପରିବେଷଣ କରିଥିଲେ ଶିବାନୀ ଶତପଥୀ, ପ୍ରିୟଙ୍କା ପରିଡା, ନିହାରିକା ମିଶ୍ର, ଅଭିପ୍ସା ପ୍ରଧାନ, ଶିବାନୀ ମିଶ୍ର, କ୍ରିଷ୍ଣା ସାଇ ପାତ୍ର, କନ୍ୟାକୁମାରୀ ନାୟକ, ସୋନାଲି ସାହୁ, ଶ୍ରୀବିଦ୍ୟା ମହାପାତ୍ର । ଇଣ୍ଡୋନର୍ଦ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରୱେର ପୂର୍ବତନ ପ୍ରଧାନମନ୍ତ୍ରୀ ଏରନା ସୋଲବେର୍ଗ ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ