ଓସ୍ଲୋରେ ଓଡ଼ିଶୀ ନୃତ୍ୟର ପ୍ରଶଂସା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଦେଶ ମାଟିରେ ଓଡ଼ିଶାର କଳା ପ୍ରଦର୍ଶିତ । ସୁଦୂର ନରୱେର ରାଜଧାନୀ ଓସ୍ଲୋରେ ନିଜର କଳା ଓ ସଂସ୍କୃତିର ପ୍ରଦର୍ଶନ କଲେ ପ୍ରବାସୀ । କେବଳ ଓଡିଶାରେ ନୁହେଁ ଓଡିଶା ବାହାରେ ବି ବଞ୍ଚି ରହିଛି ଓଡ଼ିଶାର ଲୋକ କଳା ଓ ସଂସ୍କୃତି । ଏହାର ନିଛକ ଉଦାହରଣ ଦେଖିବାକୁ ମିଳିଛି ଓସ୍ଲୋରେ ଅନୁଷ୍ଠିତ ହୋଇଥିବା ‘ଦ କଲର’ ଫେଷ୍ଟିଭାଲରେ । ଏହି ଅବସରରେ ଆୟୋଜିତ ପ୍ରତିଯୋଗିତାରେ ଓଡ଼ିଆ ଝିଅମାନେ ନିଜର କଳା ପ୍ରଦର୍ଶନ କରିଥିଲେ । ପ୍ରବାସୀ ଭାରତୀୟମାନେ ନିଜ ନିଜ ରାଜ୍ୟର ଲୋକ କଳା ପ୍ରଦର୍ଶନ କରିଥିବା ବେଳେ ଓଡ଼ିଆ ଝିଅମାନେ ବନ୍ଦେ ଉତ୍କଳ ଜନନୀ ଗୀତରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଯାହାକୁ ସେଠାରେ ଉପସ୍ଥିତ ଥିବା ୪ ହଜାରରୁ ଅଧିକ ଦର୍ଶକ ବେଶ୍ ପସନ୍ଦ କରିଥିଲେ । ବିଦେଶ ମାଟିରେ ନିଜ ରାଜ୍ୟର ନୃତ୍ୟ ପରିବେଷଣ କରି ବେଶ୍ ଗର୍ବିତ ଅନୁଭବ କରିଥିଲେ ସମସ୍ତ ଓଡ଼ିଆ ନୃତ୍ୟଶିଳ୍ପୀ । ଏହି ନୃତ୍ୟ ପରିବେଷଣ କରିଥିଲେ ଶିବାନୀ ଶତପଥୀ, ପ୍ରିୟଙ୍କା ପରିଡା, ନିହାରିକା ମିଶ୍ର, ଅଭିପ୍ସା ପ୍ରଧାନ, ଶିବାନୀ ମିଶ୍ର, କ୍ରିଷ୍ଣା ସାଇ ପାତ୍ର, କନ୍ୟାକୁମାରୀ ନାୟକ, ସୋନାଲି ସାହୁ, ଶ୍ରୀବିଦ୍ୟା ମହାପାତ୍ର । ଇଣ୍ଡୋନର୍ଦ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରୱେର ପୂର୍ବତନ ପ୍ରଧାନମନ୍ତ୍ରୀ ଏରନା ସୋଲବେର୍ଗ ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!