Masthead

ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଡାକ୍ତର

ତେଲକୋଇ (ବଡ଼ ଖବର ବ୍ୟୁରୋ): ବିଏସସି ନର୍ସିଂ କୋର୍ସର ଫିଟନେସ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଉଛନ୍ତି ଆୟୁଷ ଡାକ୍ତର । ଷ୍ଟିଙ୍ଗ ଅପରେସନରେ ଧରାପଡିଲା ସତ । ବିଏସସି ନର୍ସିଂ କୋର୍ସ ପାଠ ପଢିବା ପାଇଁ ଡାକ୍ତରଙ୍କ ଠାରୁ ଫିଟନେସ ସାର୍ଟିଫିକେଟ ର ଆବଶ୍ୟକତା ରହିଥିବାବେଳେ ଏହାର ଲାଭ ଉଠାଉଛନ୍ତି କିଛି ଲାଞ୍ଚ ଖୋର ଡାକ୍ତର ।ଫିଟନେସ ସାର୍ଟିଫିକେଟ ପାଇଁ ଯାଉଥିବା ଛାତ୍ରୀମାନଙ୍କ ଠାରୁ ଲାଞ୍ଚ ନେଉଛନ୍ତି । ଷ୍ଟିଙ୍ଗ ଅପରେସନରେ ଧରାପଡିଛି ଲାଞ୍ଚ ନେଉଥିବାର ଦୃଶ୍ୟ। ଜଣେ ଆୟୁଷ ଡାକ୍ତର (ଆୟୁର୍ବେଦ) ଫିଟନେସ ସାର୍ଟିଫିକେଟ ଇସ୍ୟୁ କରିବା ସମୟରେ ଛାତ୍ରୀମାନଙ୍କ ଠାରୁ ଦୁଇଶହ ଟଙ୍କା ଲାଞ୍ଚ ନେଉଥିବାର ଦୃଶ୍ୟ ଏ ମୋବାଇଲରୁ ସେ ମୋବାଇଲକୁ ଭାଇରାଲ ହେଉଛି ।

ଜଣେ ଡାକ୍ତର ଫିଟନେସ ସାର୍ଟିଫିକେଟ ପାଇଁ ଦୁଇଶହ ଟଙ୍କା ମାଗୁଛନ୍ତି ଏବଂ ଛାତ୍ରୀଙ୍କ ଠାରୁ ଟଙ୍କା ନେଇ ପକେଟରେ ପୁରାଉଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ ଜଗମୋହନପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଡାକ୍ତର ଭାବେ କାମ କରନ୍ତି ସୁଧାକର ଖିଲାର । ସେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସପ୍ତାହକୁ ତିନି ଦିନ ଡ୍ୟୁଟି କରିଥାନ୍ତି । ଶନିବାର, ରବିବାର ଓ ସୋମବାର ଦିନ ତାଙ୍କର ଡ୍ୟୁଟି ରହିଛି ।

ଏହି ସମୟରେ ଫିଟନେସ ସାର୍ଟିଫିକେଟ ପାଇଁ ଆସୁଥିବା ଛାତ୍ରୀମାନଙ୍କ ଠାରୁ ୨୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ଡାକ୍ତର ସୁଧାକର ଖିଲାର ଆଇଏମସି କମ୍ପାନୀର ମେଡିସିନର ବ୍ୟାପାର ମଧ୍ୟ କରନ୍ତି ।ମେଡସିନ ଷ୍ଟୋର ଗୁଡିକୁ ମେଡସିନ ସପ୍ଲାଇ କରଥାନ୍ତି । ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିନ କରଦାଙ୍ଗି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଏମବିବିଏସ ଡାକ୍ତର ଥିବା ପରେ ମଧ୍ୟ ତାଙ୍କୁ ଡେପୁଟେସନରେ ତେଲକୋଇ ମେଡିକାଲରେ ଡ୍ୟୁଟି ନଦେଇ ଜଣେ ଲାଞ୍ଚଖୋର ଆୟୁଷ ଡାକ୍ତରଙ୍କୁ ତେଲକୋଇ ମେଡିକାଲରେ ସପ୍ତାହକୁ ତିନିଦିନ ଡ୍ୟୁଟି ଦେବା ପଛରେ କାହାର ହାତ ରହିଛି ତାହା ତଦନ୍ତ ସାପେକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ