Masthead

ବାଣ ବ୍ୟାନକୁ ବିରୋଧ କଲେ ସଦଗୁରୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବାଣ ଫୁଟାଇବା ନେଇ ସାରା ଦେଶରେ ବର୍ତ୍ତମାନ ବିବାଦ ଲାଗିରହିଛି । କିଏ ବାଣକୁ ସମର୍ଥନ କରୁଥିବା ବେଳେ ଆଉ କିଏ ଏହା ବିରୋଧରେ ବାହାରିଛି । ଏହା ମଧ୍ୟରେ ବାଣ ବ୍ୟାନକୁ ବିରୋଧ କରିଛନ୍ତି ସଦଗୁରୁ । ଭିଡିଓ ଜାରି କରି ପିଲାମାନଙ୍କୁ ବାଣ ଫୁଟାଇବାକୁ ଦିଆଯାଉ ବୋଲି ସଦଗୁରୁ କହିଛନ୍ତି । ସେପଟେ ସାରା ଦେଶରେ ବାଣ ଫୁଟାଇବାକୁ ନେଇ ବିବାଦ ଚାଲୁଥିବାବେଳେ ସଦଗୁରୁ ଏପରି ବୟାନ ଦେଇଛନ୍ତି । ଯାହାଫଳରେ ଏହା ଦେଶର ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବାଣ ଫୁଟାଇବାରୁ ପିଲାମାନଙ୍କୁ ବଞ୍ଚିତ କରିବା ପ୍ରଦୂଷଣ ନିରାକରଣର ସମାଧାନ ନୁହେଁ । ପିଲାମାନେ ଖୁସିରେ ବାଣ ଫୁଟାଇଲେ ଯେ ପ୍ରଦୂଷଣ ବଢିଯାଉଛି ସେକଥା ନୁହେଁ ବୋଲି ସଦଗୁରୁ କହିଛନ୍ତି ।

ଯେଉଁମାନେ ବାଣ ଯୋଗୁ ଚିନ୍ତିତ ଅଛନ୍ତି ସେମାନଙ୍କୁ ବିକଳ୍ପ ବାଟ ଦେଖାଇଛନ୍ତି ସଦଗୁରୁ। ସମ୍ପୃକ୍ତ ବ୍ୟକ୍ତିମାନେ ଘରେ ନହରି ୩ ଦିନ ଅଫିସ ଯିବାକୁ ପରାମର୍ଶ ଦେଇଛନ୍ତି ସଦଗୁରୁ ଏହି ସମୟରେ ପିଲାମାନଙ୍କୁ ଉତ୍ସବ ମନାଇବାକୁ ଦିଆଯାଉ ବୋଲି ସଦଗୁରୁ ଯୁକ୍ତି ବାଢ଼ିଛନ୍ତି। ଏନେଇ ସଦଗୁରୁ ଟ୍ୱିଟ୍ କରିବା ସହ ବାଣ ବ୍ୟାନକୁ ବନ୍ଦ କରାଯାଉ ବୋଲି ସେ ଲେଖିଛନ୍ତି । ଏକ ଭିଡିଓ ସମ୍ବଳିତ ଟ୍ୱିଟ୍ କରି ସଦଗୁରୁ କହିଛନ୍ତି ଯେ, ମୁଁ ଦୀର୍ଘ ବର୍ଷ ହେଲା ବାଣ ଫୁଟାଇ ନାହିଁ। କିନ୍ତୁ ମୁଁ ଯେତେବଳେ ଛୋଟ ଥିଲି ଆମେ ଦୀପାଳିରେ ଭରପୂର ମଜା ଉଠାଉଥିଲୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା