Masthead

କେନାଲକୁ ଖସିଲା କାର, ଦୁଇ ନିଖୋଜ

ବାଲିଅନ୍ତା (ବଡ଼ ଖବର ବ୍ୟୁରୋ): ବାଲିଅନ୍ତା ଥାନା ପୁରୀ ମୁଖ୍ୟ କେନାଲକୁ ଗତକାଲି ବିଳମ୍ବିତ ରାତିରେ ଖସିଲା କାର । ଦୁର୍ଘଟଣାରେ କାର ଦୀର୍ଘ ୨ ଘଣ୍ଟା ଗଭୀର ଜଳରେ ବୁଡ଼ି ରହିଥିଲା । ପରେ କ୍ରେନ୍ ଯୋଗେ ଉପରକୁ ଅଣାଯାଇଥିଲା । ମାତ୍ର କାର ମଧ୍ୟରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ପତା ମିଳିନଥିଲା । ନିଖୋଜ ଦୁଇ ବ୍ୟକ୍ତି ହେଉଛନ୍ତି ଜ୍ୟୋତି ବେଷ୍ଟ ପ୍ୟାକର୍ସର ଡ୍ରାଇଭର ସନ୍ଦିପ କୁମାର ଏବଂ କର୍ମଚାରୀ ମାହେନ୍ଦ୍ର କୁମାର । ବୁଧବାର ରାତ୍ରି ପ୍ରାୟ ୧୨ ଟା ରୁ ୧ଟା ସମୟରେ ଜ୍ୟୋତି ବେଷ୍ଟ ପ୍ୟାକର୍ସର ଦୁଇଟି କାର ଶିବ ଶକ୍ତି ନଗରକୁ ଯାଉଥିଲା ।

ପୁରୀ ମୁଖ୍ୟ କେନାଲ୍ ରାସ୍ତାରେ ଗୋଟିଏ କାର୍ ଭାରସାମ୍ୟ ହରାଇ କେନାଲ ମଧ୍ୟକୁ ଖସିଯାଇଥିଲା । କେନାଲର ଗଭୀର ଜଳରେ କାରଟି ବୁଡି ଯାଇଥିଲା । ସ୍ଥାନୀୟ ସିକ୍ୟୁରିଟି ଗାର୍ଡ ଏହା ଦେଖି ତୁରନ୍ତ ପୋଲିସ ଏବଂ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥ୍ଥଳରେ ପହଁଞ୍ଚି କ୍ରେନ ଯୋଗେ କେନାଲରୁ କାରକୁ ଉପରକୁ ଉଠାଇ ଆଣିôଥଲେ । ମାତ୍ର ସେହି କାର ମଧ୍ୟରେ ଥିବା ଦୁଇ ଯୁବକଙ୍କର ପତା ମିଳିନାହିଁ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି