Masthead

ମମିତାଙ୍କ ପାଇଁ ବଡ଼ଦାଣ୍ଡରେ ବିଜେପି ଜାଳିଲା ଦୀପ

ପୁରୀ (ବଡ଼ ଖବର ବ୍ୟୁରୋ): ବଲାଙ୍ଗିରର ଶିକ୍ଷୟିତ୍ରୀ ମମିତା ମେହେର ଆତ୍ମା ଶାନ୍ତି ନିମନ୍ତେ ପୁରୀରେ ବିଜେପି ପକ୍ଷରୁ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର , ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା , ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବହୁ ବିଜେପି କର୍ମୀ ଏଥିରେ ସାମିଲ ହୋଇଥିଲେ। ତେବେ ମମିତା ମେହେରଙ୍କୁ ଯେଭଳି ଅତି ଜଘନ୍ୟ ଭାବେ ହତ୍ୟା କରାଗଲା ତାହା ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି।

ସବୁଠୁ ଦୁଃଖ ଦେଇଛି ମମିତାଙ୍କୁ ହତ୍ୟା ଘଟଣା ରେ ସମ୍ପୃକ୍ତ ବଡ଼ ବଡ଼ିଆ ବ୍ୟକ୍ତି ଙ୍କୁ ବିଜେଡି ସରକାର ସୁରକ୍ଷା ଦେଉଛି। ବିଜେଡିର ମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମଧ୍ୟ ସଠିକ ତଦନ୍ତ ହେଉ ନାହିଁ। ସେହିପରି ପୂର୍ବରୁ ଅନେକ ନାବାଳିକା ଓ ମହିଳାଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଘଟି ଥିବାବେଳେ ମମିତା ଭଳି ବଡ଼ ବଡ଼ିଆ ଲୋକଙ୍କୁ ନବୀନ ସରକାର ସବୁବେଳେ ସୁରକ୍ଷା ଦେଇ ଆସୁଥିବା ସମ୍ବିତ ପାତ୍ର ଓ ବୈଜୟନ୍ତ ପଣ୍ଡା କହିଛନ୍ତି।

ତେବେ ଆଜି ଦୀପାବଳି ଅବସରରେ ମମିତାଙ୍କ ଆତ୍ମା ସଦଗତି ପାଇଁ ଦୀପ ଦାନ ମୁଖ୍ୟ ଉଦେଶ୍ୟ ହେଉଛି ଓଡ଼ିଶାବାସୀଙ୍କୁ ବିଜେଡି ସରକାରର ଅସଲ ରୂପ ବିଷୟ ରେ ସଚେତନ କରାଇବା। ଓଡ଼ିଶାବାସୀ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ପ୍ରତିବାଦ ସ୍ୱର ନ ବାହାର କଲେ ଆଗାମୀ ଦିନରେ ବିଜେଡି ସରକାର ମନ୍ତ୍ରୀ ମମିତା ଭଳି ଆହୁରି ଅନେକ ମହିଳାଙ୍କୁ ଅତ୍ୟାଚାର କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ