Masthead

ମମିତାଙ୍କ ପାଇଁ ବଡ଼ଦାଣ୍ଡରେ ବିଜେପି ଜାଳିଲା ଦୀପ

ପୁରୀ (ବଡ଼ ଖବର ବ୍ୟୁରୋ): ବଲାଙ୍ଗିରର ଶିକ୍ଷୟିତ୍ରୀ ମମିତା ମେହେର ଆତ୍ମା ଶାନ୍ତି ନିମନ୍ତେ ପୁରୀରେ ବିଜେପି ପକ୍ଷରୁ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଡ଼ଦାଣ୍ଡର ମାଉସୀ ମା’ ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର , ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା , ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ବହୁ ବିଜେପି କର୍ମୀ ଏଥିରେ ସାମିଲ ହୋଇଥିଲେ। ତେବେ ମମିତା ମେହେରଙ୍କୁ ଯେଭଳି ଅତି ଜଘନ୍ୟ ଭାବେ ହତ୍ୟା କରାଗଲା ତାହା ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି।

ସବୁଠୁ ଦୁଃଖ ଦେଇଛି ମମିତାଙ୍କୁ ହତ୍ୟା ଘଟଣା ରେ ସମ୍ପୃକ୍ତ ବଡ଼ ବଡ଼ିଆ ବ୍ୟକ୍ତି ଙ୍କୁ ବିଜେଡି ସରକାର ସୁରକ୍ଷା ଦେଉଛି। ବିଜେଡିର ମନ୍ତ୍ରୀ ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମଧ୍ୟ ସଠିକ ତଦନ୍ତ ହେଉ ନାହିଁ। ସେହିପରି ପୂର୍ବରୁ ଅନେକ ନାବାଳିକା ଓ ମହିଳାଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଘଟି ଥିବାବେଳେ ମମିତା ଭଳି ବଡ଼ ବଡ଼ିଆ ଲୋକଙ୍କୁ ନବୀନ ସରକାର ସବୁବେଳେ ସୁରକ୍ଷା ଦେଇ ଆସୁଥିବା ସମ୍ବିତ ପାତ୍ର ଓ ବୈଜୟନ୍ତ ପଣ୍ଡା କହିଛନ୍ତି।

ତେବେ ଆଜି ଦୀପାବଳି ଅବସରରେ ମମିତାଙ୍କ ଆତ୍ମା ସଦଗତି ପାଇଁ ଦୀପ ଦାନ ମୁଖ୍ୟ ଉଦେଶ୍ୟ ହେଉଛି ଓଡ଼ିଶାବାସୀଙ୍କୁ ବିଜେଡି ସରକାରର ଅସଲ ରୂପ ବିଷୟ ରେ ସଚେତନ କରାଇବା। ଓଡ଼ିଶାବାସୀ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ପ୍ରତିବାଦ ସ୍ୱର ନ ବାହାର କଲେ ଆଗାମୀ ଦିନରେ ବିଜେଡି ସରକାର ମନ୍ତ୍ରୀ ମମିତା ଭଳି ଆହୁରି ଅନେକ ମହିଳାଙ୍କୁ ଅତ୍ୟାଚାର କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ପାଠ୍ୟପୁସ୍ତକ ତ୍ରୁଟି ଉପରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ , ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି