Masthead

ହାପି ବାର୍ଥ ଡେ’ ବିରାଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଶ୍ରେଷ୍ଠ କ୍ରିକେଟର ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ । ପଡିଆକୁ ଓହ୍ଲେଇଲେ ଦର୍ଶକଙ୍କ ଆଖି ଲାଖିଯାଏ । ତାଙ୍କର ବାଟର ଗତି ଉପରେ ଥାଏ ସମସ୍ତଙ୍କର ନଜର । ନିଜର ଆତ୍ମବିଶ୍ୱାସ ଏବଂ କଠିନ ପରିଶ୍ରମ ମାଧ୍ୟମରେ ପାଲଟିଗଲେ କ୍ରିକେଟ ଦୁନିଆଁର ବାଦଶାହା । ତାଙ୍କର କ୍ରିକେଟ କ୍ଷେତ୍ରରେ ରହିଛି ଅତୁଳନୀୟ ଅବଦାନ ।

ସେ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଲମ୍ବା ଫର୍ମାଟର ସବୁଠାରୁ ସଫଳ ଅଧିନାୟକ ବିରାଟ କୋହଲି । ଆଜି ତାଙ୍କର ଜନ୍ମଦିନ । ସେ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଶେଷଥର ପାଇଁ ଟି-୨୦ ବିଶ୍ୱକପରେ ଭାରତକୁ ଆଗେଇ ନେଉଥିବା କୋହଲି ତାଙ୍କ ଜୁନିଅର ଦିନରୁ ଲାଇମଲାଇଟରେ ରହିଛନ୍ତି । ୨୦୦୮ ରେ ୟୁ-୧୯ ଦଳକୁ ବିଶ୍ୱକପ ଟାଇଟେଲ ଜିତିବାର ନେତୃତ୍ୱ ନେଇଛନ୍ତି ।

୨୦୧୧ ରେ ୫୦ ଓଭରରେ ବିଶ୍ୱକପ ବିଜେତା ଦଳର ଏକ ଅଂଶ ଥିଲା । ୨୦୧୨ରେ ତାଙ୍କୁ ଟିମ ଇଣ୍ଡିଆର ଉପଅଧିନାୟକ ଭାବରେ ନାମିତ କରାଯାଇଥିଲା । ୨୦୧୪ରେ ଟେଷ୍ଟ ଅଧିନାୟକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଜି ଜନ୍ମଦିନ ଅବସରରେ କୋହଲି ଦେଶବାସୀଙ୍କୁ କ’ଣ ଭେଟି ଦେଉଛନ୍ତି ତା ଉପରେ ସମସ୍ତଙ୍କର ନଜର । ‏

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ