ପଥରରେ ଛେଚି ବନ୍ଧୁଙ୍କୁ ହତ୍ୟା କଲା ବନ୍ଧୁ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ପଥରରେ ଛେଚି ବନ୍ଧୁଙ୍କୁ ହତ୍ୟା କଲା ବନ୍ଧୁ । ଆମ୍ବୁଲାନ୍ସ ନପହଞ୍ଚିବାରୁ ମୃତ୍ୟୁ ଅଭିଯୋଗ । ଓଡ଼ିଶା ଡ୍ରାଇଭର ମହାସଂଘ ଶତାଧିକ ଡ୍ରାଇଭର ଡାକ୍ତରଖାନାରେ ରୁଣ୍ଡ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଝାରସୁଗୁଡ଼ା ବଡ଼ମାଲ ଥାନା କୁମ୍ଭୀର ଗ୍ରାମର କ୍ୟାମ୍ପ ପଡ଼ାରେ । ସୂଚନା ଅନୁସାରେ ଏହି ଗ୍ରାମରେ ହତ୍ୟାକାଣ୍ଡରେ ଜଣକ ମୃତ୍ୟୁ ହୋଇଛି। ମୃତକ ହେଲେ ଜ୍ୟୋତିଷ ସାହୁ ।

ଗତକାଲି ରାତିରେ କୌଣସି କାରଣରୁ ଦୁଇ ସାଙ୍ଗଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା । ଜଣେ ସାଙ୍ଗ ଅନ୍ୟ ଜଣ ସାଙ୍ଗଙ୍କ ମୁହଁକୁ ଇଟାରେ ଆକ୍ରମଣ କରିଥିଲା । ଫଳରେ ଜ୍ୟୋତିଷ ଅଚେତ ଅବସ୍ଥାରେ ପଡିଥିଲା । ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା ମାତ୍ର ଆମ୍ବୁଲାନ୍ସ ନପହଞ୍ଚିବାରୁ ପୋଲିସ ଗାଡ଼ିରେ ଦେଢ଼ ଘଣ୍ଟା ପରେ ଡ଼ାକ୍ତରଖାନାରେ ପହଞ୍ଚାଇଥିଲା ପୋଲିସ ।

ପରେ ଡାକ୍ତର ବୁର୍ଲାକୁ ରେଫର କରିଥିଲେ । ମାତ୍ର ପୁଣି ଆମ୍ବୁଲାନ୍ସ ନହେବାରୁ ଡାକ୍ତରଖାନାରେ ହିଁ ଜ୍ୟୋତିଷଙ୍କ ମୃତ୍ୟୁ ହୋଇଥିଲା । ଯାହା ଓଡ଼ିଶା ଡ୍ରରାଇଭ ମହାସଂଘ ଝାରସୁଗୁଡ଼ା ଶାଖା ଅଭିଯୋଗ କରିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ