Masthead

ଶଙ୍ଖ ଧରିଲେ ଅରୁଣ ଦେ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ସଦର ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ଚାଲିଛି ଦଳବଦଳ । ପ୍ରତ୍ୟେକ ଦିନ ବିଭିନ୍ନ ହୋଟେଲରେ ବସୁଛି ତୁହାକୁ ତୁହା ରୁଦ୍ଧଦ୍ୱାର ବୈଠକ । ବୁଧବାର ବିଜେଡିରେ ଯୋଗଇଛନ୍ତି ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେ । ବିଜେଡିର ତୁଙ୍ଗନେତା ଦେବୀପ୍ରସାଦ ମିଶ୍ର ଏବଂ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଅରୁଣ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ୍ ହୋଇ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଗଭୀର ଆସ୍ଥା ପ୍ରକଟ କରିଛନ୍ତି । ଅରୁଣ ଦେଙ୍କ ପରି ଜଣେ ଟାଣୁଆ ନେତା ବିଜେଡିରେ ଯୋଗଦେବା ପରେ ଦଳ ଅଧିକ ଶକ୍ତିଶାଳୀ ହେବ ବୋଲି ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ କହିଛନ୍ତି । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଦଳ ଉପରେ କୌଣସି ପ୍ରଭାବ ପଡିିବନାହିଁ । ସେ ସ୍ପଷ୍ଟ କରିଛନ୍ତି, ଜନତା ପୂର୍ବରୁ କଂଗ୍ରେସକୁ ଭରସା କରୁଥିଲେ ଆଉ ଏବେ ମଧ୍ୟ ଭରସା କରି ଭୋଟ ଦେବେ ।

ସଦର ବିଧାନସଭା ଆସନଟି ବିଜେପି ହାତରେ ଥିଲା । ଦଳ ପୁଣିଥରେ ଆସନ ଫେରାଇ ଆଣିବାକୁ ଚେଷ୍ଠା କରୁଛି । ପ୍ରତ୍ୟେକଦିନ ବିରୋଧୀ ଦଳର ଟାଣୁଆ ନେତାଙ୍କୁ ମଧ୍ୟ ବିଜେପିରେ ସାମିଲ କରାଉଛି । ସଦର ବ୍ଳକର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ନାରାୟଣ ପ୍ରଧାନ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି । ଆସନ୍ତା ୧୦ତାରିଖରେ କଂଗ୍ରେସ ପ୍ରଭାରୀ ଚୋଲାକୁମାରଙ୍କ ବାଲେଶ୍ୱର ଗସ୍ତ ପୂର୍ବରୁ ଅରୁଣ ଦେଙ୍କ ଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼