Masthead

ମମିତା ହତ୍ୟା ମାମଲାରେ ଗୁୁରୁତ୍ୱପୂର୍ଣ୍ଣ ତଥ୍ୟ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ) ମମିତା ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ନୂଆ ତଥ୍ୟ ହାସଲ ହେବାରେ ଲାଗିଛି । ମୃତ୍ୟୁ ଉପରୁ ଧିରେ ଧିରେ ରହସ୍ୟ ଖୋଲୁଛି ପୋଲିସ । ଏବେ ଏହି ଘଟଣାରେ ମିଳିିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିବେକ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ ୧୬୧ ନମ୍ବର ବୟାନରୁ ମିଳିଲା ତଥ୍ୟ । ମମିତାଙ୍କ ଶବ ପୋଡିବାକୁ ଟାୟାର ଦେଇଥିଲେ ବିବେକ ।

ମମିତାଙ୍କୁ ହତ୍ୟା ପରେ ବିବେକଙ୍କୁ ଫୋନ କରିଥିଲେ ଗୋବିନ୍ଦ । ଅକ୍ଟୋବର ୮ ତାରିଖ ମଧ୍ୟାହ୍ନ ୧୨.୩୦ ରେ ଫୋନ କରିଥିଲେ ଗୋବିନ୍ଦ । ଦିନ ସାଢେ ତିନିଟାରେ ବିବେକଙ୍କ ଠାରୁ ଟାୟାର ଆଣିଥିଲେ ରାଧେଶ୍ୟାମ । ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଯାଇ ଆଣିଥିଲେ ୨ଟି ଟାୟାର  । ଅନ୍ୟପଟେ ଅଧିକ ତଥ୍ୟ ପାଇଁ ଫୋରେନସିକ ଲ୍ୟାବ ଗଲା ୭୦ଟି ସିଜର ସାମଗ୍ରୀ । ଏଥିରେ ମମିତାର ମୃତ ଅସ୍ଥି, ମାଂସ, ବ୍ୟାଗ ପଠାଯାଇଛି ।

ସେପଟେ ସିନ୍ଧେକେଲା ପୋଲିସ ମହାଲିଙ୍ଗରୁ ଘଟଣାରେ ବ୍ୟବହୃତ ଜେ.ସି.ବି ଏବଂ ଗୋବିନ୍ଦର ସ୍କୁଟିକୁ ଜବତ କରି ଥାନାକୁ ଆଣିଥିଲା । ଜେ.ସି.ବି ଡ୍ରାଇଭର ଗାତ ଖୋଲିବା ଏବଂ ଗାତ ପୋତିବା କାମ କରିଥିଲେ ମଧ୍ୟ ହତ୍ୟାକାଣ୍ଡ ସଂପର୍କରେ ଜାଣିନଥିବା କହିବାରୁ ତାକୁ ଛାଡି ଦେଇଥିଲା ପୁଲିସ୍‌ । ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ବିଭିନ୍ନ ଜିଲ୍ଳାରେ ବନ୍ଦ ପାଳନ ହୋଇଛି । ମମିତାଙ୍କ ହତ୍ୟାର ସିବିଆଇ ତଦନ୍ତ ସହ ହତ୍ୟାରେ ସମ୍ପୄକ୍ତ ଥିବା ଗୄହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଓ ଗିରଫ ଦାବିରେ ସାରା ରାଜ୍ୟରେ ଉଷ୍ମତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼