Masthead

ଆଗକୁ ଆହୁରି କମିବ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆଗକୁ ଦେଶରେ ଆହୁରି ହ୍ରାସ ହେବ ପେଟ୍ରୋଲ ଓ ଡିଜେଲ ଦର । ଓପେକ ଓ ସମ୍ପର୍କିତ ତୈଳ ଉତ୍ପାଦକ ଦେଶମାନେ ଆଶୋଧିକ ତୈଳ ଦର ବୃଦ୍ଧି ନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ତେବେ ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗ୍ୟାସୋଲିନ ମୂଳ୍ୟ ହ୍ରାସ କରିବା ଲାଗି ସାଉଦି ଆରବ ଓ ଋଷକୁ ଉତ୍ପାଦନ ବୃଦ୍ଧି କରିବାକୁ ନିବେଦନ କରିଥିଲେ ।

ସେହି ଅନୁସାରେ ଓପେକ୍ ପ୍ଲସ ଦେଶମାନେ ଡିସେମ୍ବର ମାସରେ ଦୈନିକ ୪ଲକ୍ଷ ବ୍ୟାରେଲ ଉତ୍ପାଦନ ଲାଗି ନିଷ୍ପତ୍ତି ନେଇଛନ୍ତି । ତେଣୁ ଯଦି ଉତ୍ପାଦନ ବୃଦ୍ଧି ପାଏ ତେବେ ନୂଆ ବର୍ଷରୁ ବଜାରରେ ପେଟ୍ରୋଲିୟମ ଉତ୍ପାଦର ନୂଆ ମୂଲ୍ୟ ଆସିବା ନେଇ ଜଣାପଡ଼ୁଛି । ଦୈନିକ ଯଦି ଏହି ମାତ୍ରାରେ ଆଶୋଧିକ ତୈଳ ଉତ୍ପାଦନ ବଢ଼ିବ ତେବେ ବଜାରକୁ ଅଧିକ ପରିମାଣରେ ତୈଳ ଯୋଗାଣ ବଢ଼ିବ । ଏବଂ କେବଳ ଭାରତ ନୁହେଁ ଅନ୍ୟାନ୍ୟ ଦେଶରେ ମଧ୍ୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ସହ ମୁଦ୍ରାସ୍ଫିତି ନିୟନ୍ତ୍ରଣାଧୀନ ହେବ ବୋଲି ପୂର୍ବାନୁମାନ କରାଯାଉଛି ।

ତେବେ ଓପେକ୍‌ ପ୍ଲସ୍‌ ଦେଶମାନେ ଅଚାନକ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିଦେବେନି ବୋଲି ଜଣାପଡିଛି। ବିଶ୍ୱରେ କରୋନା ଭାଇରସ ମହାମାରୀ କାଳରେ ହୋଇଥିବା ଉତ୍ପାଦନ ହ୍ରାସ ଭରଣା ନ ହେବା ପର୍ୟ୍ୟନ୍ତ ଉତ୍ପାଦନ ବୃଦ୍ଧି କରାଯିବ ନାହିଁ। ତେବେ ଧିରେ ଧିରେ ବଢାଇବାର ଯୋଜନା କରାଯାଉଛି। ହେଲେ ଦୈନିକ ଉତ୍ପାଦନ ହାର ୪ଲକ୍ଷ ବାରଲ ପହଞ୍ଚାଇବା ଲାଗି ପ୍ରସ୍ତାବକୁ ଓପେକ୍ ପ୍ଲସ୍‌ଙ୍କ ଅନୁମୋଦନ ମିଳିଯାଇଛି।

ଓପେକ୍ ଦେଶମାନେ କରୋନା ଭାଇରସ ମହାମାରୀ କାଳରେ କରିଥିବା ଉତ୍ପାଦନ କାଟ୍‌କୁ ଅତ୍ୟନ୍ତ ସାବଧାନତାର ସହ ଆଗକୁ ବଢ଼ାଉଛନ୍ତି। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭ ବର୍ଷର ସର୍ବୋଚ୍ଚ ସ୍ତରକୁ ଛୁଇଁଛି। ଉତ୍ପାଦନ ବୃଦ୍ଧି ଲାଗି ଆମେରିକା ରାଷ୍ଟ୍ରପତି ବାରମ୍ବାର ନିବେଦନ କରୁଛନ୍ତି। ତେବେ ଏଥିରୁ ଏପର୍ୟ୍ୟନ୍ତ ସେପରି ସଫଳତା ମିଳିପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ