Masthead

ଆଦର୍ଶ ବିଦ୍ୟାଳୟ କାର୍ଯ୍ୟରେ ବ୍ୟାପକ ଅନିୟମିତତା

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଆଦର୍ଶ ବିଦ୍ୟାଳୟ କାର୍ଯ୍ୟରେ ବ୍ୟାପକ ଅନିୟମିତତା । ଠକୁଛନ୍ତି ଠିକାଦାର ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଶାଳଜଙ୍ଗ ଓଡିଶା ଆଦର୍ଶ ବିଦ୍ୟାଳୟରେ । ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା ଦେଖିବାକୁ ମିଳିଛି । କାମଟି ଅଧାରୁ ଅଧିକ ସରିଥିଲେ ମଧ୍ୟ ଏଠି କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳିନାହିଁ । କୌଣସି ସୂଚନା ଫଳକ ମଧ୍ୟ ନାହିଁ । ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ହୋଇଥିଲେ ମଧ୍ୟ ଏହା ଅତି ନିମ୍ନମାନର ହୋଇଛି । ସରକାରୀ ଅର୍ଥକୁ ଖୁଲମ୍ ଖୁଲା ଭାବେ ହରିଲୁଟ କରାଯାଉଛି ।

ନୂତନ ନିର୍ମାଣ ପାଚେରି ର ସ୍ଥାୟିତ୍ୱକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ସାତଦିନ ଧରି ପାଚେରି ରେ ପାଣି ଦେବାର ବ୍ୟବସ୍ଥା ଥିବାବେଳେ ଦିନଟିଏ ବି ପାଣି ଦିଆଯାଉ ନାହିଁ। ୨୦୨୧ ଆର୍ଥିକ ବର୍ଷ ରେ ଏହି ଆଦର୍ଶ ବିଦ୍ୟାଳୟ ପରିସରରେ ୫ ଲକ୍ଷ ଟଙ୍କାର ବୃକ୍ଷ ରୋପଣ କରାଇବା ପାଇଁ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଅର୍ଥ ମଞ୍ଜୁରୀ କରାଯାଇ ଥିଲେ ମଧ୍ୟ ଗୋଟିଏ ଗଛଟିଏ ବିଦ୍ୟାଳୟ ପରିସରରେ ଲଗାଯାଇନାହିଁ । ଠିକାଦାର, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଦ୍ୟାଳୟ ର କତୃପକ୍ଷଙ୍କ ମିଳିତ ରେ ଏହି ଅର୍ଥ ରାଶିକୁ ଲୁଟ କରାଯାଇଛି । ଯାହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ । ଯଦି ଏହି ଘଟଣାର ଉପରିସ୍ଥ ତଦନ୍ତ କରାନଯାଏ ତାହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବେବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ