Masthead

ମମିତା ମେହେର ହତ୍ୟା ଘଟଣାରେ ନୂଆ ଖୁଲାସା

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ନୂଆ ଖୁଲାସା । ସାମ୍ନାକୁ ଆସିଲା ଆଉ ଏକ ଚରିତ୍ର । ବିବେକ ଅଗ୍ରୱାଲ । ମମିତାଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ହୋଇଥିବା ଟାୟାର ଯୋଗାଇଥିଲା ବିବେକ । ବିବେକ ଅଗ୍ରୱାଲଙ୍କ ୧୬୧ ବୟାନରୁ ମିଳିଛି ଏହି ତଥ୍ୟ । ୮ ତାରିଖ ଅଧ୍ୟାହ୍ନ ୧୨ଟା ୩୦ । ମମିତାଙ୍କୁ ହତ୍ୟା ପରେ ବିବେକଙ୍କୁ ଫୋନ୍ କରିଥିଲା ଗୋବିନ୍ଦ । ମାଗିଥିଲା ୨ଟି ଟାୟାର ।

ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଯାଇ ୨ଟି ଟାୟାର ଆଣିବ ବୋଲି କହିଥିଲା । ଦିନ ସାଢେ ୩ଟାରେ ବିବେକଙ୍କ ଠାରୁ ରାଧେ ଟାୟାର ଆଣିଥିଲା । ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ଷ୍ଟାଡିୟମରେ ପୋତି ଦେଇଥିବା ଜାଣିଥିଲା ବିବେକ । ବିବେକ ଦେଇଥିବା ଟାୟାରରେ ମମିତାଙ୍କୁ ପୋଡିଥିଲା ଗୋବିନ୍ଦ । ନିଜ ବୟାନରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ବିବେକ ।

ସେପଟେ ମମିତା ମେହେର ହତ୍ୟା ମାମଲାରେ ୭୦ଟି ସିଜ୍ର ସାମଗ୍ରୀ ଫୋରୋନ୍ସିକ ଲ୍ୟାବକୁ ପଠାଯାଇଛି । ମୃତ ମମିତାଙ୍କ ଅସ୍ଥି, ମାଂସ ଓ ବ୍ୟାଗ୍ ମଧ୍ୟ ଲ୍ୟାବକୁ ପଠାଯାଇଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ନଖ, ଚୁଟି, ରକ୍ତ ନମୂନା ଫୋରେନ୍ସିକ ଲ୍ୟାବକୁ ପଠାଯାଇଛି । ମମିତାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି ।

ପଲ୍ଲୀରୁ ଦିଲ୍ଲୀ ସବୁଠି ଗୋଟିଏ ନାରା ମମିତାଙ୍କୁ ନ୍ୟାୟ ମିଳୁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ । ପୋଲିସର ତଦନ୍ତରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଗୋବିନ୍ଦ କେଳେଙ୍କାରୀ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ