Masthead

ମମିତା ମେହେର ହତ୍ୟା ଘଟଣାରେ ନୂଆ ଖୁଲାସା

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ନୂଆ ଖୁଲାସା । ସାମ୍ନାକୁ ଆସିଲା ଆଉ ଏକ ଚରିତ୍ର । ବିବେକ ଅଗ୍ରୱାଲ । ମମିତାଙ୍କ ଶବ ପୋଡ଼ିବାକୁ ବ୍ୟବହୃତ ହୋଇଥିବା ଟାୟାର ଯୋଗାଇଥିଲା ବିବେକ । ବିବେକ ଅଗ୍ରୱାଲଙ୍କ ୧୬୧ ବୟାନରୁ ମିଳିଛି ଏହି ତଥ୍ୟ । ୮ ତାରିଖ ଅଧ୍ୟାହ୍ନ ୧୨ଟା ୩୦ । ମମିତାଙ୍କୁ ହତ୍ୟା ପରେ ବିବେକଙ୍କୁ ଫୋନ୍ କରିଥିଲା ଗୋବିନ୍ଦ । ମାଗିଥିଲା ୨ଟି ଟାୟାର ।

ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଯାଇ ୨ଟି ଟାୟାର ଆଣିବ ବୋଲି କହିଥିଲା । ଦିନ ସାଢେ ୩ଟାରେ ବିବେକଙ୍କ ଠାରୁ ରାଧେ ଟାୟାର ଆଣିଥିଲା । ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ଷ୍ଟାଡିୟମରେ ପୋତି ଦେଇଥିବା ଜାଣିଥିଲା ବିବେକ । ବିବେକ ଦେଇଥିବା ଟାୟାରରେ ମମିତାଙ୍କୁ ପୋଡିଥିଲା ଗୋବିନ୍ଦ । ନିଜ ବୟାନରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ବିବେକ ।

ସେପଟେ ମମିତା ମେହେର ହତ୍ୟା ମାମଲାରେ ୭୦ଟି ସିଜ୍ର ସାମଗ୍ରୀ ଫୋରୋନ୍ସିକ ଲ୍ୟାବକୁ ପଠାଯାଇଛି । ମୃତ ମମିତାଙ୍କ ଅସ୍ଥି, ମାଂସ ଓ ବ୍ୟାଗ୍ ମଧ୍ୟ ଲ୍ୟାବକୁ ପଠାଯାଇଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ନଖ, ଚୁଟି, ରକ୍ତ ନମୂନା ଫୋରେନ୍ସିକ ଲ୍ୟାବକୁ ପଠାଯାଇଛି । ମମିତାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ହୋଇଛି ।

ପଲ୍ଲୀରୁ ଦିଲ୍ଲୀ ସବୁଠି ଗୋଟିଏ ନାରା ମମିତାଙ୍କୁ ନ୍ୟାୟ ମିଳୁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ । ପୋଲିସର ତଦନ୍ତରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଗୋବିନ୍ଦ କେଳେଙ୍କାରୀ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ