Masthead

ଆଥିଆଙ୍କ ଜନ୍ମଦିନରେ ଖାସ୍ ପୋଷ୍ଟ୍ ସେୟାର କଲେ ରାହୁଲ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ବେଶ୍ କିଛି ନିନ ହେବ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଭାରତୀୟ ଟିମ୍‌ର ଖେଳାଳୀ କେ.ଏଲ. ରାହୁଲ ଆଥିଆ ସେଟ୍ଟୀଙ୍କୁ ଡେଟ୍‌ କରୁଛନ୍ତି ବୋଲି ସବୁଠି ଶୁଣିବାକୁ ମିଳୁଥିଲା । । ଦୁହେଁ ଏକାଠି ବୁଲୁଥିବାର ଏବଂ ଦୁହିଁଙ୍କୁ ଏକାଠି ପ୍ରାୟତଃ ଅନେକ ସ୍ଥାନରେ ସ୍ପଟ୍ ମଧ୍ୟ କରାଯାଉଛି । କିଛି ଦିନ ପୂର୍ବରୁ କ୍ରିକେଟ ଦଳ ୟୁଏଇ ଯାଇଥିବା ବେଳେ ଆଥିଆ ମଧ୍ୟ ଯାଇଥିଲେ । କେ. ଏଲ୍ ରାହୁଲଏ ଓ ଆଥିଆ ଦୁହେଁ ଖୋଲା ଖୋଲି ଭାବେ ଫଟୋ ସେୟାର କରିଥିଲେ ।
ହେଲେ ବର୍ତ୍ତମାନ ଆଥିଆ ସେଟ୍ଟୀଙ୍କ ଜନ୍ମ ଦିନ ଅବସରରେ କେ.ଏଲ ରାହୁଲ ତାଙ୍କ ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ସେ ପୋଷ୍ଟ୍ କରିଥିବା ଫଟୋରେ ଦୁହେଁଙ୍କ ମଧ୍ୟରେ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏବଂ କ୍ୟାପସନ୍ ରେ ଲେଖାଯାଇଛି ଯେ ହାପି ବାର୍ଥ ଡେ ମାଇଁ ଲଭ । ରାହୁଲଙ୍କ ଏପରି ପୋଷ୍ଟ ପରେ ଫ୍ୟାନ୍ସ ମାନେ କହୁଛନ୍ତି ଯେ ରାହୁଲ ନିଜ ସମ୍ପର୍କକୁ ଏବେ ଅଫିସିଆଲି ଘୋଷଣା କରିଛନ୍ତି । ପୂର୍ବରୁ ଦୁହେଁ ତାଙ୍କ ସମ୍ପର୍କକୁ ନେଇ କୌଣସି ଘୋଷଣା କରିନଥିବା ବେଳେ ଫଟୋ କେବଳ ସେୟାର କରିଥାନ୍ତି । ଏବଂ ଦୁହିଁଙ୍କୁ ଭଲ ବନ୍ଧୁ ବୋଲି କହିଥାନ୍ତି । ହେଲେ ବର୍ତ୍ତମାନ ସେ ଯାହା ଖାସ ନୋଟ୍‌ରେ ଲେଖିଛନ୍ତି ତାହା ତାଙ୍କ ସମ୍ପର୍କ ବନ୍ଧୁ ନୁହେଁ ବରଂ ପ୍ରେମ ଆଡକୁ ଟାଣି ନେଇଛି। ଯାହା ଏବେ କ୍ରିକେଟ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଆଥିଆଙ୍କ କଥା କହିବାକୁ ଗଲେ ତାଙ୍କର ଏହି ବିଶେଷ ଦିନରେ ବି ଟାଉନରୁ ତାଙ୍କୁ ଅନେକ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜେ ମଧ୍ୟ ବ’ଡେ ସେଲିବ୍ରେଶନର ଏକ ଫଟୋ ପୋଷ୍ଟ୍ କରିଛନ୍ତି ଶୋସିଆଲ ମିଡିଆରେ । ଏବଂ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ନିଜ ବ’ଡେ ୱିଶ୍ କୁ ରି ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ୱର୍କଫ୍ରଣ୍ଟ୍ କଥା କହିବାକୁ ଗଲେ ୨୦୧୫ରେ ସେ ବଲିଉଡ ଜଗତରେ ପାଦ ଦେଇଥିଲେ । ପ୍ରଥମ ଫିଲ୍ମ ‘ହିରୋ’ରୁ କ୍ୟାରିୟର ଆରମ୍ଭ କରିଥିଲେ ଆଥିଆ । ପରେ ପରେ ତାଙ୍କୁ ମୁବାରକାନ୍, ନବାବ୍ଜାଦେ, ମୋତିଚୋର୍-ଚକ୍ନାଚୋର ଫିଲ୍ମରେ ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ