Masthead

ଚାକିରି ଦେବା ଆଳରେ ଟଙ୍କା ହଡ଼ପ

ବନ୍ତ(ବଡ଼ ଖବର ବ୍ୟୁରୋ): ଚାକିରି କରାଇଦେବା ଆଳରେ ଟଙ୍କା ହଡ଼ପ, ୨ ଗିରଫ। କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ ଚାକିରି କରାଇଦେବା ଲୋଭ ଦେଖାଇ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳର ବହୁ ବେକାର ଯୁବକଙ୍କ ଠାରୁ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ୨ଜଣ ବ୍ୟକ୍ତିଙ୍କୁ ବନ୍ତ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପାନପଦୀ ଗ୍ରାମର ବନମାଳୀ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କୁ ୨୦୨୦ ମସିହାରେ ଭଦ୍ରକ ଗ୍ରାମଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମର କରୁଣାକର ରାଉତ ନାମକ ଜଣେ ବ୍ୟକ୍ତି ସିଆର.ପି.ଏଫ.ରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ୨ କିସ୍ତିରେ ନଗଦ ୧ଲକ୍ଷ ୩୦ହଜାର ଟଙ୍କା ନେଇଥିଲେ ଓ ଏପରିକି ଟଙ୍କା ନେବା ସମୟରେ ୨ ମାସ ମଧ୍ୟରେ ଚାକିରି ହୋଇଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ ।

ପ୍ରତିଶୃତି ମୁତାବକ ଚାକିରି ନ ହେବାରୁ ସତ୍ୟପ୍ରକାଶ ବାରମ୍ବାର କରୁଣାକରଙ୍କୁ ଭେଟିଥିଲେ ମଧ୍ୟ ସେ ସମୟ ଗଡାଇ ଚାଲିଥିଲେ କ୍ଷ ସମୟ ଅତିକ୍ରାନ୍ତ ହେଉଥିଲେ ମଧ୍ୟ ଚାକିରି ନ ହେବାରୁ ସତ୍ୟପ୍ରକାଶ କରୁଣାକରଙ୍କୁ ଦେଇଥିବା ଟଙ୍କା ମାଗିଥିଲେ । ଫଳରେ କରୁଣାକର ସତ୍ୟପ୍ରକାଶଙ୍କୁ ଗତ ତା ୧୯.୭.୨୦୨୧ ରିଖରେ ୭୦ ହଜାର ଟଙ୍କାର ଏକ ଷ୍ଟେଟ୍ ବ୍ୟାଙ୍କ ଚେକ୍ ଦେଇଥିଲେ ।

ଉକ୍ତ ଚେକଟିକୁ ସତ୍ୟପ୍ରକାଶ ବ୍ୟାଙ୍କରେ ଲଗାଇବା ପରେ ତାହା ବାଉନ୍ସ ହୋଇ ଫେରି ଆସିଥିଲା । ପରବର୍ତ୍ତୀ ସମୟରେ ସତ୍ୟପ୍ରକାଶ କରୁଣାକରଙ୍କୁ ଭେଟି ଏ ବାବଦରେ ପଚାରିବାରୁ କରୁଣାକର ନାନାଦି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ । ଫଳରେ ସତ୍ୟପ୍ରକାଶ ବନ୍ତ ଥାନାରେ ଗତ ତା ୧୭.୮.୨ ୦୨୧ ରିଖରେ ଲିଖିତ ଅଭିଯୋଗ କରିବାରୁ ପୁଲିସ କରୁଣାକରଙ୍କୁ ଥାନାକୁ ଡକାଇ ପଚରା ପଚରି କରିବା ପରେ ସେ ନେଇଥିବା ଟଙ୍କାକୁ ବନ୍ତ ଥାନା ନିଳୋକ ପଞ୍ଚାୟତ ଅନ୍ତର୍ଗତ ବୁଢ଼ଗଢିଆ ଗ୍ରାମର ଧରଣୀଧର ନାୟକଙ୍କ ପୁଅ କିଷାନ ନାୟକଙ୍କୁ ଦେଇଥିବା ପ୍ରକାଶ କରିଥିଲେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି