Masthead

ଧସୁଛି ମାଟି, ବିପଦରେ ଡୋଡା ଅଧିବାସୀ

ଜମ୍ମୁକାଶ୍ମୀରରେ ବି ଯୋଶୀମଠ ପରିସ୍ଥିତି

ଜମ୍ମୁକାଶ୍ମୀର(ବଡ଼ ଖବର ବ୍ୟୁରୋ) : ଜମ୍ମୁକାଶ୍ମୀରରେ ଯୋଶୀମଠ ପରିସ୍ଥିତି । ଜମ୍ମୁକାଶ୍ମୀର ଡୋଡାରେ ୨୦ରୁ ଅଧିକ ଘରେ ସୃଷ୍ଟି ହୋଇଛି ଫାଟ । ଏଭଳି ପରିସ୍ଥିତି ଦେଖି ୩୦୦ ପରିବାରକୁ ସ୍ଥାନାନ୍ତର କରାଯାଇଛି । ଡୋଡା ଜିଲ୍ଲାର ଗୋଟିଏ ଗାଁରେ ମାଟି ଦବିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ । ମାଟି ଦବିବା ଦ୍ୱାରା ଅନେକଙ୍କ ଘରେ ଫାଟ ସୃଷ୍ଟି ହୋଇଛି ।ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲା ଥାତି୍ର ଅଞ୍ଚଳରେ ଦେଖାଦେଇଛି ଏଭଳି ସମସ୍ୟା । ଭୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରଛି ପ୍ରଶାସନ । ଏ ପର୍ଯ୍ୟନ୍ତ ୧୯ଟି ଘର, ଗୋଟିଏ ମସ୍ଜିଦ ଓ ଗୋଟିଏ ମଦ୍ରାସାକୁ ସ୍ଥାନାନ୍ତରିତ କରାାଇଛି । ପ୍ରଭାବିତ ଲୋକଙ୍କୁ ସମସ୍ତ ସହଯୋଗ ଦେବା ପାଇଁ ପ୍ରତିଶୃତି ଦେଇଛି ପ୍ରଶାସନ । ଭୂସ୍ଖଳନ ଓ ଚେନାବ ଭ୍ୟାଲି ପାୱାର ପର୍ଯ୍ୟନ୍ତ ୧୯ଟି ଘର, ଗୋଟିଏ ମସ୍ଜିଦ ଓ ଗୋଟିଏ ମଦ୍ରାସାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଭାବିତ ଲୋକଙ୍କୁ ସବୁ ସହଯୋଗ ଦେବା ପାଇଁ ପ୍ରତିଶୃତି ଦେଇଛି ପ୍ରଶାସନ । ଭୂସ୍ଖଳନ ଓ ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟ ପାଇଁ ଏଭଳି ସ୍ଥିତି ଉପୁଜିଛି । କିଛି ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ହୋଇଥିବା ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି । ଏବଂ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ବୈଜ୍ଞାନିିକମାନେ ଡୋଡା ଯାଇ ଘଟଣାର ଅନୁଧ୍ୟାନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ଗୋଷ୍ଠୀସଙ୍ଘର୍ଷ, ୭ ଆହତ 🔴 ବିଜାପୁରରେ ପୁଣି ମାଓ ହିଂସା 🔴 ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା 🔴 ଇସ୍ରାଏଲ ଓ ଇରାନ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି 🔴 ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ପ୍ରସ୍ତୁତି ସମୀକ୍ଷା 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ