Masthead

ସମୟ ପୂର୍ବରୁ ୮,୩୦୦ କୋଟି ଫେରାଇଲେ ଗୌତମ ଆଦାନୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ସମୟ ପୂର୍ବରୁ ୮,୩୦୦ କୋଟି ଫେରାଇଲେ ଗୌତମ ଆଦାନୀ । ଜାରି କରାଗଲା ବିସ୍ତୃତ ତଥ୍ୟ । ଆଦାନୀ ଗ୍ରୁପର ସେୟାର ହ୍ରାସ ମଧ୍ୟରେ ପ୍ରମୋଟରଙ୍କ ବନ୍ଧକ ଥିବା ଅଂଶଧନ ବିରୋଧରେ ନିଆଯାଇଥିବା ୧.୧୧ ବିଲିୟନ ଡଲାରର ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୪ ସେପ୍ଟେମ୍ବରରେ ଏହାର ସମୟ ସୀମା ଶେଷ ହେଉଥିଲା । ଗ୍ରୁପ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, କିଛି ଋଣ ପ୍ରଦାନ ପାଇଁ ଆଦାନୀ ପୋର୍ଟ, ଏସଇଜେଡ୍, ଆଦାନୀ ଟ୍ରାନସମିଶନ ଏବଂ ଆଦାନୀ ଗ୍ରୀନ ଏନର୍ଜିର ସେୟାରକୁ ବନ୍ଧକ ରଖିଥିଲେ । ଯାହାର ପରିଶୋଧ ସମୟ ପୂର୍ବରୁ କରିଦିଆଯାଇଛି ।

ଆଦାନୀ ପୋର୍ଟରେ ୧୬୮.୨୭ ମିଲିୟନ ସେୟାର ରହିଛି ଏଥିରେ ପ୍ରମୋଟରଙ୍କ ୧୨ ପ୍ରତିଶତ ଅଂଶଧନ ରହିଛି ଯାହା ପ୍ରଦାନ କରାଯିବ । ଆଦାନୀ ଗ୍ରୀନ ଏନର୍ଜିରେ ୨୭.୫୬ ମିଲିୟନ ସେୟାର ରହିଛି ଏଥିରେ ପ୍ରମୋଟରଙ୍କ ୩ ପ୍ରତିଶତ ଅଂଶଧନ ରହିଛି ଯାହା ପ୍ରଦାନ କରାଯିବ । ଆଦାନୀ ଟ୍ରାନସମିସନରେ ୧୧.୭୭ ମିଲିୟନ ସେୟାର ରହିଛି ଯେଉଁଥିରେ ୧.୪ ପ୍ରତିଶତର ଅଂଶଧନ ପ୍ରଦାନ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ