Masthead

ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର, ଉପଜିଲ୍ଲାପାଳଙ୍କୁ ଘେରିଲେ ଲୋକେ

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଅଭିଯୋଗ । ଉପଜିଲ୍ଲାପାଳ ଏବଂ ପ୍ରକଳ୍ପ ଅଧିକାରୀଙ୍କୁ ଘେରିଲେ ଜନସାଧାରଣ । ଜଗତସିଂହପୁର ଜିଲ୍ଲାପ୍ରଶାସନ ଏବଂ ତିର୍ତ୍ତୋଲ ବ୍ଲକ ମିଳିତ ଆନୁକୂଲ୍ୟରେ ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ତିର୍ତ୍ତୋଲ ବ୍ଲକ ଅଧୀନ ୨୯ ଟି ପଞ୍ଚାୟତର ଲୋକେ ଭିନ୍ନ ଭିନ୍ନ ଅଭିଯୋଗ ଶିବିରରେ ଦାଖଲ କରିଥିଲେ । ଏକାଧିକ ଅଭିଯୋଗ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଦାଖଲ ହୋଇଥିଲା ବେଳେ କଣୀମୂଳ ପଞ୍ଚାୟତରେ ଗତ ବନ୍ୟା ସମୟରେ ଆସିଥିବା ଖାଦ୍ୟ ସାମଗ୍ରୀ ମାରି ଖାଇଥିବା କଥା ସୂଚନା ଆଇନ ବଳରେ ଜାଣିବା ପରେ ଏହାର ଅଭିଯୋଗ ନେଇ ଜିଲ୍ଲାପାଳ ଙ୍କୁ ଏହି ଶିବିରରେ ଅଭିଯୋଗ କରାଯାଇଥିଲା।

ମାତ୍ର ଜିଲ୍ଲାପାଳ ଏହାକୁ ମିଥ୍ୟା ବୋଲି କହିବା ସହ ଅଭିଯୋଗ କାରୀଙ୍କୁ ର୍ଦୁବ୍ୟବହାର କରିଥିବା ନେଇ ଅଭିଯୋଗ କରିଥିଲେ।ତେବେ ଜନଶୁଣାଣି ସରିବା ପରେ ଜିଲ୍ଲାପାଳଙ୍କୁ ଏହି ଘଟଣା ବିଷୟରେ ପଚାରିବାକୁ କଣିମୂଳ ବାସି ଅପେକ୍ଷା କରିଥିବା ବେଳେ ଜିଲ୍ଲାପାଳ ଗାଡ଼ିରେ ବସି ଚାଲିଯାଇଥିଲେ।ଏହାପରେ ଅଭିଯୋଗ କାରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଉପଜିଲ୍ଲାପାଳ ଓ ପ୍ରକଳ୍ପ ଅଧିକାରୀ ଙ୍କୁ ଘେରିଥିଲେ । ଏବଂ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଜନସାଧାରଣ ଙ୍କ ପାଇଁ କୌଣସି ମୌଳିକ ସୁବିଧାର ବ୍ୟବସ୍ଥା ହୋଇନଥିବା ଦେଖିବାକୁ ମିଳିଥିଲା । ଖରା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା, ଛୋଟ ପିଲାମାନଙ୍କୁ ଆଣି ଆସିଥିବା ଲୋକମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇନଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼