Masthead

ଗୀତା ପଢ଼ିନାହାନ୍ତି ମୋହନ ଭାଗବତ: ସତ୍ୟେନ୍ଦ୍ର ଦାସ

'ଚାରି ବର୍ଣ୍ଣର ବିଭାଜନ ଭଗବାନ ଶ୍ରୀକୃଷ୍ଣ କରିଥିଲେ'

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ମୋହନ ଭାଗବତଙ୍କ ବୟାନଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ତାଙ୍କ ବୟାନ ଉପରେ ଅଯୋଧ୍ୟା ରାମଜନ୍ମଭୂମିର ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସ ସିଧା ସଳଖ କହିଛନ୍ତି, ମୋହନ ଭାଗବତ ତାଙ୍କ ଜୀବନ କାଳରେ କେବେ ଗୀତା ପଢିନାହାଁନ୍ତି । ଯଦି ସେ ଗୀତା ପଢିଥାନ୍ତେ ତେବେ ସେ କେବେ ବି ଏଭଳି ବୟାନ ଦେଇ ନଥାନ୍ତେ । ସେ ଯୁକ୍ତି ବାଢିଛନ୍ତି କି ଚାରି ବର୍ଣ୍ଣର ବିଭାଜନ ନିଜେ ଭଗବାନ ଶ୍ରୀକୃଷ୍ଣ କରିଥିଲେ । ଏଣୁ ଜାତି ବିଭାଜନ ବ୍ରାହ୍ମଣମାନେ କରିନାହାଁନ୍ତି ବୋଲି କହିଛନ୍ତି ସତ୍ୟେନ୍ଦ୍ର ଦାସ ।

ସାମାଜିକ ବ୍ୟବସ୍ଥାର ସଂଚାଳନ ପାଇଁ ନିଜେ ଭଗବାନ ସୃଷ୍ଟିକୁ କର୍ମ ଅନୁସାରେ ୪ବର୍ଣ୍ଣରେ ବିଭାଜନ କରିଥିଲେ । ଆଚାର୍ୟ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିଛନ୍ତି, ଜାତି ଜାତି ମଧ୍ୟରେ ବିଭାଜନ ରାଜନୈତିକ ନେତାମାନେ ସେମାନଙ୍କ ଲାଭ ପାଇଁ କରିଛନ୍ତି । ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀ ଚୟନ ବେଳେ ରାଜନୈତିକ ଦଳମାନେ ଦେଖନ୍ତି କି ଯେଉଁ ଜାତିର ଅଧିକ ଭୋଟର ଅଛନ୍ତି ସେହି ଜାତିର ଲୋକଙ୍କୁ ଟିକେଟ ଦେଲେ ଦଳ ଅଧିକ ଲାଭବାନ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼