Before Header

ଅଜଣା ରୋଗର ଶିକାର ଶିଶୁ

0 21

ଭୁବନ(ବଡ଼ ଖବର ବ୍ୟୁରୋ): ଅଜଣା ରୋଗର ଶିକାର ଛଅ ବର୍ଷର ଶିଶୁ କନ୍ୟା । ଖେଳିବା ବୁଲିବା ବୟସରେ ପାଲଟି ଯାଇଛି ପଙ୍ଗୁ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଜୟପୁର ଗ୍ରାମ ଉପର ସାହିରେ । ଗ୍ରାମର ଟୋଲି ମଲିକଙ୍କ ଝିଅ ମନୋସ୍ମିତା ।

ଝିଅକୁ ଅଢେଇ ବର୍ଷ ବୟସରେ ଏକ ଅଜଣା ରୋଗ ମାଡିବସିଲା । ବାପାମାଆ ଯାହା ଥିଲା ବିକି ଭାଙ୍ଗି ଝିଅର ଚିକିତ୍ସାରେ ସାରିଦେଲେ । ଅପରେସନ ପରେ ଭଲ ହୋଇଯିବ ବୋଲି କହିଛନ୍ତି ଓଲଟପୁର ଡାକ୍ତର । କିନ୍ତୁ ଖର୍ଚ୍ଚ ହେବ ଲକ୍ଷାଧିକ ଟଙ୍କା। ଯଦି ସରକାର ଓ ପ୍ରଶାସନ ତରଫରୁ ସାହାଯ୍ୟ ମିଳନ୍ତା ତେବେ ଶିଶୁ କନ୍ୟାଟି ଭଲହୋଇ ପାରନ୍ତା । ପୁଣି ଖେଳି ବୁଲି ପାରନ୍ତା ।

Leave A Reply

Your email address will not be published.