Masthead

ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୮ରେ ମହାଶିବରାତ୍ରି । ଶିବ ମନ୍ଦିରରେ ଲାଗିବ ଭକ୍ତଙ୍କ ଭିଡ଼ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାର ସୁପରିଚାଳନା ପାଇଁ ମଙ୍ଗଳବାର ସର୍କିଟ ହାଉସରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସମନ୍ୱୟ କମିଟି ବୈଠକ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ନୀତିନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତି, ୩ଟା ୩୦ରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପରେ ଅନ୍ୟାନ୍ୟ ନୀତି ହୋଇ ରାତି ୧୦ଟାରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠାଯିବା ନେଇ ସ୍ଥିର ହୋଇଛି।

ଶିବରାତ୍ରିରେ ମନ୍ଦିର ଭିତରକୁ ମୋବାଇଲ, କ୍ୟାମେରା ନେବା ଉପରେ କଟକଣା କରାଯାଇଛି। ଏନେଇ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରାଯିବ। ଏଥିସହ ଅସ୍ଥାୟୀ ଚପଲ ଷ୍ଟାଣ୍ଡ ସଂଖ୍ୟା ବୃଦ୍ଧି କରାଯିବ। ନୂତନ ଭାବେ ନିର୍ବାଚିତ କର୍ପୋରେଟର ନିଜ ଅଞ୍ଚଳର କର୍ମକର୍ତ୍ତାଙ୍କୁ ଦୃଷ୍ଟିରେ ରଖି ପାସ୍‌ ସଂଖ୍ୟା ବଢ଼ାଇବାକୁ ଦାବି କରିଥିଲେ। ଏହି ପ୍ରସ୍ତାବକୁ ଅନ୍ୟ ଏକ ଅନ୍ତରୀଣ ବୈଠକରେ ସ୍ଥିର କରାଯିବାକୁ କୁହାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା