ଚର୍ଚ୍ଚାରେ ସୌମ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କର୍ମ ହିଁ ଭଗବାନ । ସଂସାର ଜଞ୍ଜାଳ ଭିତରେ ବୁଡ଼ିରହି ନିଜ କର୍ମକୁ ଅଧିକ ଗୁରୁତ୍ୱ ଦେଉଥିବା ବ୍ୟକ୍ତି ହିଁ ପ୍ରକୃତ ମଣିଷ । ଏଭଳି ଜଣେ ମହିଳା ହେଉଛନ୍ତି ସୌମ୍ୟା । ସେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଆଇଏଏସ୍ ଅଫିସର ସୌମ୍ୟା ପାଣ୍ଡେ, ଉତ୍ତର ପ୍ରଦେଶ ଗାଜିଆବାଦ ମୋଦିନାଗର ସବ-ଡିଭିଜନାଲ ମାଜିଷ୍ଟ୍ରେଟ୍ । ପ୍ରସବର ୨୧ଦିନ ପରେ ସେ କାର୍ଯ୍ୟରେ ଯୋଗଦେଇଛନ୍ତି । ଜନ୍ମ ଦେଇଥିବା ଶିଶୁକନ୍ୟାକୁ କୋଳରେ ଧରି ସେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଜୁଲାଇରେ ଗାଜିଆବାଦ ଜିଲ୍ଲା କୋଭିଡ ପାଇଁ ନୋଡାଲ ଅଫିସର ଭାବରେ ନିଯୁକ୍ତ ହୋଇଥିଲେ ସୌମ୍ୟା । ‘ମୁଁ ଜଣେ ଆଇଏଏସ ଅଧିକାରୀ ତେଣୁ ମୋର ଜନସେବା ପ୍ରତି ଦୃଷ୍ଟି ଦେବାକୁ ପଡିବ । ‘କୋଭିଡ-୧୯ ହେତୁ ସମସ୍ତଙ୍କ ଉପରେ ଦାୟିତ୍ୱ ଅଛି । ଏହା ମୋ ପାଇଁ ଆଶୀର୍ବାଦ । ମୁଁ ମୋର ତିନି ସପ୍ତାହର କନ୍ୟାଙ୍କ ସହ ମୋର ପ୍ରଶାସନିକ କାର୍ଯ୍ୟ କରିବାକୁ ସମକ୍ଷ’ ବୋଲି ସେ କହିଛନ୍ତି ।

କୋଭିଡ୍ ସମୟରେ ନିଜର ତିନି ସପ୍ତାହର ଶିଶୁକନ୍ୟାକୁ କୋଳରେ ଧରି କାର୍ଯ୍ୟ କରୁଥିବା ସୌମ୍ୟାଙ୍କ ନିକଟକୁ ଛୁଟିଛି ପ୍ରଶଂସାର ସୁଅ । ଏବେ ସେ ଦେଶରେ ଜଣେ ଚର୍ଚ୍ଚିତ ଆଇଏଏସ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ