Masthead

ତୁର୍କୀ ପାଇଁ ‘ଅପରେସନ ଦୋସ୍ତ’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ ): ଭୂମିକମ୍ପରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ତୁର୍କୀ ଓ ସିରିଆକୁ ଭାରତର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି । କେନ୍ଦ୍ର ସରକାର ‘ଅପରେସନ ଦୋସ୍ତ’ ଆରମ୍ଭ କରିଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଏକ ଟୁଇଟରେ ପୋଷ୍ଟ ଶେୟାର କରିଛନ୍ତି । ଅନେକ ସମୟରେ ବିଶ୍ୱ ରାଜନୀତିରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି । କିନ୍ତୁ ଭାରତ ‘ବସୁଧୈବ କୁଟୁମ୍ବକମ୍’ ନୀତି ଆପଣାଇ ସବୁବେଳେ ମାନବ ଜାତିର କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସେପଟେ ବୁଧବାର ଭାରତ ପକ୍ଷରୁ ସି୧୭ ବିମାନ ଜରିଆରେ ହସ୍ପିଟାଲ ସାମଗ୍ରୀ ସାଙ୍ଗକୁ ଭାରତୀୟ ସେନାର ୫୪ ଟିମକୁ ତୁର୍କୀ ପଠାଯାଇଛି । ତୁର୍କୀକୁ ରେସ୍କ୍ୟୁ ଅପରେସନରେ ସାହାଯ୍ୟ କରିବା ପାଇଁ ଭାରତ ପକ୍ଷରୁ ୫୧ ଏନ୍ଡିଆରଏଫ୍ ଯବାନଙ୍କୁ ପଠାଯାଇଛି । ପୂର୍ବରୁ ଦୁଇଟି ଟିମ୍ ଭାରତ ତରଫରୁ ତୁର୍କୀକୁ ପଠାଇଛି । ଅନ୍ୟପଟେ ସିରିଆକୁ ୬ ଟନ୍ ରିଫିଲ୍ ସାମଗ୍ରୀର ସହାୟତ ଯୋଗାଇଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା