Masthead

ମୋଦି ମୌନ ବାବା: ଖଡ଼ଗେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜ୍ୟସଭାରେ ମୋଦିଙ୍କୁ ମୌନ ବାବା କହିଲେ ବିରୋଧି ଦଳ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ । ଆଦାନି ପ୍ରସଙ୍ଗରେ ମୋଦିଙ୍କ ନିରବତାକୁ ନେଇ ଏପରି କହିଲେ ଖଡଗେ । ସେପଟେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାର ଜବାବ ଦେଇଛନ୍ତି। ଧନଖଡ଼ କହିଛନ୍ତି, ଏଭଳି ଟିପ୍ପଣୀ ଆପଣଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ ପାଇଁ ଆଦୌ ଶୋଭନୀୟ ନୁହେଁ। ଖଡ଼ଗେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଜବାବ ରଖି କହିଥିଲେ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହା ପଚାରୁଛି ଯେ ଆପଣ କାହିଁକି ନିରବ ଅଛନ୍ତି।

ଆପଣ ଅନ୍ୟ ସମସ୍ତଙ୍କୁ ଭୟଭୀତ କରୁଛନ୍ତି ତେବେ ଆପଣ ଶିଳ୍ପପତିଙ୍କୁ କାହିଁକି ଭୟଭୀତ କରାଉନାହାନ୍ତି। ଲୋକମାନେ ଟିକେଟ ନପାଇବା ଭୟରେ ଚୁପ୍‌ ରହୁଛନ୍ତି। ଆପଣ ନିରବ ରହିବାକୁ ପସନ୍ଦ କରୁଛନ୍ତି ଏବଂ ଆପଣ ମୌନୀ ବାବା ହୋଇ ଯାଇଛନ୍ତି ବୋଲି ଖଡ଼ଗେ କହିଛନ୍ତି। ସେପଟେ ଖଡ଼ଗେ ରାଜ୍ୟସଭାରେ ଆଦାନି ଗ୍ରୁପ୍‌ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ