Masthead

ଫର୍ମପୂରଣ ପାଇଁ ଟଙ୍କା ନେଉଛନ୍ତି ଶିକ୍ଷକ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଦରମାରେ ପୁରୁନି ପେଟ, ପିଲାଙ୍କ ଠାରୁ ଆଦାୟ ହେଉଛି ନୋଟ୍ । ଆପଣଙ୍କୁ ଆଶ୍ଚର୍ୟ୍ୟ ଲାଗିଲେ ବି କଥା ଟି ସତ । ମାଧ୍ୟମିକ ଶିକ୍ଷା ପରିଷଦର ନିୟମକୁ ଖୋଲା ଖୋଲି ଉଲଘଂନ କରୁଛନ୍ତି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଧୀନ କୋରୁଅ ପଞ୍ଚାୟତରେ ଥିବା ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପିଟି ସାର । ମାଧ୍ୟମିକ ଶିକ୍ଷା ପରିଷଦର ବିଜ୍ଞପ୍ତି ୨୭୦ ନିୟମ ଅନୁଯାଇ ଚଳିତ ଫେବୃୟାରୀ ମାସ ଗତ ଦୁଇ ତାରିଖରେ ସମ୍ମେଟିଭ – ୨ ପାଇଁ ଫର୍ମପୂରଣର ଦେୟ ରାଜ୍ୟର ସମସ୍ତ ନବମ ଓ ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ଛାଡ଼ କରାଯାଇଛି କିନ୍ତୁ ଏହାକୁ ଉଲଘଂନ କରୁଛନ୍ତି ପ୍ରଧାନ ଶିକ୍ଷକ ।

ଏହି ସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଠାରୁ ଦୁଇ ଶହରୁ ଉର୍ଦ୍ଧ ଟଙ୍କା ଆଦାୟ କରି ପକେଟ ଗରମ କରୁଛନ୍ତି ପ୍ରଧାନ ଶିକ୍ଷକ । ଏହି ମନମୁଖୀ ଟଙ୍କା ଆଦାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ତେବେ ଏହି ଘଟଣା ସମ୍ବଦ୍ଧରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ କହିଲେ ତାଙ୍କୁ ଟଙ୍କା ଆଦାୟ କରିବା ପାଇଁ ଉପରିସ୍ଥ ଅଧିକାରୀ ନିଦେ୍ର୍ଦଶ ଦେଇଛନ୍ତି । ପ୍ରଧାନ ଶିକ୍ଷକ ଓ ପିଟି ସାର ମିଳିତ ଭାବରେ ପିଲାଙ୍କ ଟଙ୍କାକୁ ଆତ୍ମସାତ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼