ଜଗତସିଂହପୁର (ବଡ଼ ଖବର ବ୍ୟୁରୋ):ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ବିବାଦ ମାମଲା। ବିଧାୟକ ବିଜୟ ଶଙ୍କର ଦାସଙ୍କ ସେକ୍ସ ରାକେଟ, ବହୁ ବିବାହିତ ନାରୀମାନଙ୍କ ସମ୍ପର୍କ, ଭଳି ଅନେକ ଅଭିଯୋଗ ଆଣିଛନ୍ତି ତାଙ୍କ ବାନ୍ଧବୀ ସୋମାଲିକ। ଏ ନେଇ ଥାନାରେ ସାନି ଏତଲା ପରେ ପୋଲିସ ବିଧାୟକଙ୍କ ନାମରେ ଅନେକ ସଙ୍ଗୀନ ଦଫା ଲାଗିଛି ।
ବର୍ତ୍ତମାନ ସୁଦ୍ଧା ପୋଲିସ ବିଧାୟକଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ଯାଇ ନାହିଁ। ସୋମାଲିକାଙ୍କ ପ୍ରଥମେ ୧୬୧ ଧାରା ଅନୁସାରେ ବୟାନ ରେକର୍ଡ ଓ ଡାକ୍ତରୀ ମଇନା କରାଯାଇଥିଲା। ଆଜି ସୋମାଲିକାଙ୍କ ଧାରା ୧୬୪ ଅନୁସାରେ କୋର୍ଟରେ ବୟାନ ରେକର୍ଡ କରାଯିବା ନେଇ କୋର୍ଟରେ ଉପସ୍ଥିତ ହୋଇଛନ୍ତି। ତାଙ୍କ ସହିତ ତଦନ୍ତ ଅଧିକାରୀ ପୋଲିସ ଟିମ୍ ମଧ୍ୟ ଉପସ୍ଥିତ ରହିଛନ୍ତି।