Masthead

ଆଦାନୀ ଗ୍ରୁପ ମାମଲା, ଚିନ୍ତା ପ୍ରକଟ କଲେ କୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ସାରା ଦେଶରେ ଚାଲିଛି ହୋହାଲ୍ଲା। ତେବେ ଏହାରି ଭିତରେ ହିଣ୍ଡେନବର୍ଗ ରିପୋର୍ଟ ବିରୋଧରେ ଆଦାନୀ ଗ୍ରୁପ କରିଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଶୁଣାଣି କରି ଆଦାନୀ ଗ୍ରୁରେ ନିବେଶ କରି କୋଟି କୋଟି ଟଙ୍କା ହରାଇଥିବା ନିବେଶକଙ୍କୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଆଗକୁ ଯେପରି ଏହିଭଳି ପରିସ୍ଥିତିର ପୁନରାବୃତ୍ତି ନହେଉ ତାହା ପାଇଁ ସେବିକୁ ପରାମର୍ଶ ମାଗିଛନ୍ତି କୋର୍ଟ ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତମାସ ୧୩ ତାରିଖରେ ହେବ ବୋଲି ସୂଚନା ମିଳିଛି। ଆବେଦକାରୀଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ବିଶାଲ ତିୱାରୀ ଏହି ମାମଲାରେ ଏକ ଯାଂଚ କମିଟି ଗଠନ କରିବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି । ସେପଟେ ସିଲିସିଟର ଜେନରାଲ କହିଥିଲେ କି ସେ ସେବି ତରଫରୁ କୋର୍ଟରେ ହାଜର ହୋଇଛନ୍ତି । କୋର୍ଟ ଯାହା ପ୍ରଶ୍ନ ପଚାରିବେ ସେ ତାହା ଉପରେ ଉତ୍ତର ରଖିବେ ।

କୋର୍ଟ କହିଥିଲେ କି ଆମର ଚିନ୍ତା ହେଉଛି କିଭଳି ଭାବେ ଭାରତୀୟ ନିବେଶକଙ୍କୁ ସୁରକ୍ଷା ଦିଆଯାଇପାରିବ । ଏହା ଉପରେ ସଲିସିଟର କହିଛନ୍ତି କି, ଏସବୁ ପାଇଁ ଭାରତ ବାହାରେ ଥିବା ଏକ ସଂସ୍ଥା ଦାୟୀ । ତେବେ ପରବର୍ତ୍ତି ଶୁଣାଣି ଆସନ୍ତା ସେମବାର ହେବ ବୋଲି ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ 🔴 ରାୟଗଡା ବିଜେଡିରେ ଜଳଜଳ ଦିଶୁଛି ଗୋଷ୍ଠୀ କନ୍ଦଳ 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର