Masthead

କାଶ୍ମୀରରେ ୫.୯ ନିୟୁତ ଲିଥିୟମ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶର ପ୍ରଥମ ଲିଥିୟମ୍ ଖଣୀ ଜମ୍ମୁ-କାଶ୍ମୀରରେ ଠାବ ହୋଇଛି । ଏଥିରେ ଗଚ୍ଛିତ ଲିଥିୟମର ପରିମାଣ ୫.୯ ନିୟୁତ ଟନ୍‌। ପ୍ରଥମ ଥର ପାଇଁ ଭାରତରେ ଏହି ଧାତୁ ଜମ୍ମୁ-କଶ୍ମୀରର ରିଆସି ଜିଲାରୁ ମିଳିଥିବାରୁ ଏହା ଏକ ବଡ଼ ସଫଳତା ବୋଲି ଖଣି ସଚିବ ବିବେକ ଭରଦ୍ୱାଜ କହିଛନ୍ତି। ଏବେ ଲିଥିୟମ, ନିକେଲ ଏବଂ କୋବାଲ୍ଟ ଭଳି ଅନେକ ଖଣିଜ ପାଇଁ ଭାରତ ଆମଦାନୀ ଉପରେ ନିର୍ଭରଶୀଳ।

ଦେଶ ଆତ୍ମନିର୍ଭର ହେବା ଲାଗି ଜଟିଳ ଖଣିଜ ଖୋଜି ବାହାର କରିବା ଏବଂ ତାହାର ପ୍ରକ୍ରିୟାକରଣ କରିବା ଗୁରୁତ୍ୱପୂର୍ଣ୍ଣ। ଏହିସବୁ ସାମଗ୍ରୀ ଆମଦାନୀ ହ୍ରାସ ପାଇପାରିଲେ ଆମେ ଆତ୍ମନିର୍ଭର ହୋଇପାରିବା ବୋଲି ୬୨ତମ କେନ୍ଦ୍ରୀୟ ଭୂତାତ୍ତ୍ୱିକ କାର୍ୟ୍ୟକ୍ରମ ବୋର୍ଡ ବୈଠକରେ ଉଦ୍‌ବୋଧନ ଦେଇ ଖଣି ସଚିବ କହିଛନ୍ତି। ଆମେରିକା ଭୂତାତ୍ତ୍ୱିକ ସର୍ଭେ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୮୦ ନିୟୁତ ଟନ୍‌ ପରିମାଣର ଲିଥିୟମ ଖଣି ଚିହ୍ନଟ ହୋଇଥିବାବେଳେ ସେଥିରୁ ମାତ୍ର ୨୨ ନିୟୁତ ଟନ୍‌ ଖଣି ଉତ୍ତୋଳନ ଉପଯୋଗୀ ହୋଇପାରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା