Masthead

ଅନନ୍ୟାଙ୍କ ଲ୍ୟାପଟପ୍ ଓ ମୋବାଇଲରୁ ମିଳିବ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଗିରଫ ହେବା ପରେ ଏବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଏଥିରେ ଛନ୍ଦି ହୋଇ ଯାଇଛନ୍ତି । ଏନସିବି ଅନନ୍ୟାଙ୍କୁ ଜେରା କରିବା ପରେ ଆର୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହ୍ୱାଟସଆପରେ କଣ କଥାବାର୍ତ୍ତା ହୋଇଥିଲା ତାହା ଏବେ ସାମ୍ନାକୁ ଆସିଛି । ମେସଜରେ ଆର୍ୟନଙ୍କୁ ଅନନ୍ୟା ଗଞ୍ଜେଇ ଯୋଗାଡ କରିଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

ଗତ ଶୁକ୍ରବାର ଏନସିବି ଅନନ୍ୟାଙ୍କ ଘରେ ଚଢାଉ କିରିଥିଲା । ପରେ ଅନନ୍ୟାଙ୍କୁ ଅଫିସ ଡକେଇ ପଚରାଉଚରା ମଧ୍ୟ କରିଥିଲା । ସେହିପରି ଶନିବାର ଦୀର୍ଘ ୪ ଘଣ୍ଟା ଧରି ପଚରାଉଚରା ପରେ କରାଯାଇଥିଲା । ଆସନ୍ତାକାଲି ମଧ୍ୟ ଏନସିବି କାର୍ଯ୍ୟଳୟରେ ତାଙ୍କୁ ହାଜର ହେବା ପାଇଁ ମଧ୍ୟ କୁହାଯାଇଛି ।

ତେବେ ସୂଚନା ଆନୁଯାୟୀ, ଘରେ ରେଡ ବେଳେ ଏନସିବି ଅନନ୍ୟାଙ୍କର ଦୁଇଟି ମୋବାଇଲ ଓ ଲ୍ୟାପଟପ୍ ଜବତ କରଛି । ଏନିସିବି ଏବେ ତାଙ୍କ ଫୋନ ଓ ଲ୍ୟାପଟପ୍ରୁ ଡିଲିଟ ହୋଇଥିବା ତଥ୍ୟ ସବୁକୁ ପୁଣି ପାଇବା ପାଇଁ ପ୍ରୟାସ ଚଳାଉଛି । ଅନନ୍ୟାଙ୍କ ମୋବାଇଲରେ ଅନେକ ଗୁରୁତ୍ୱପୂଣ୍ଣ  ତଥ୍ୟ ସବୁ ଥିଲା, ଯାହା ତାଙ୍କ ବିପକ୍ଷରେ ଯାଇଥାନ୍ତା । ତେବେ ଏନିସିବ ଏହି ସବୁ ତଥ୍ୟ ପାଇବା ପାଇଁ ଚେଷ୍ଟା ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ