Masthead

ଧନୀ ତାଲିକାରେ ଦଶମ ସ୍ଥାନକୁ ଫେରିଲେ ମୁକେଶ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଧନୀ ତାଲିକାରେ ଦଶମ ସ୍ଥାନକୁ ଫେରିଲେ ମୁକେଶ ଅମ୍ବାନୀ । କିଛି ଦିନ ହେବ ବିଶ୍ୱର ଶୀର୍ଷ ଧନୀ ତାଲିକାରେ ଲଗାତାର ପରିବର୍ତ୍ତନ ହେବାରେ ଲାଗିଛି । ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ତଳ ଉପର ହେବାରେ ଲାଗିଛି। ହିଣ୍ଡନବର୍ଗ ରିପୋର୍ଟ ପରେ ଧନୀଙ୍କ ସୂଚୀର ଚତୁର୍ଥ ସ୍ଥାନରେ ଥିବା ଗୌତମ ଆଦନୀ ତଳକୁ ଖସିଥିବା ବେଳେ ମୁକେଶ ଅମ୍ବାନୀ ଉପରକୁ ଉଠିଛନ୍ତି।

ଏଥିରେ ଅମ୍ବାନୀ ପୁଣି ଥରେ ଫୋର୍ବସ୍‌ ବିଲିୟନେୟାର ସୂଚୀର ୧୦ମ ସ୍ଥାନକୁ ଫେରିଆସିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡଙ୍କ ଅଧ୍ୟକ୍ଷ ଓ ଏସିୟାର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନେଟୱର୍ଥ ଏକ ବିଲିୟନ ଡଲାରରରୁ ବି ଅଧିକ ବଢିଛି। ୧.୭ ବିଲିୟନ ଡଲାର ବା ୧୪ହଜାର ୪୩ କୋଟି ଟଙ୍କା ଅଭିବୃଦ୍ଧି ସହିତ ଅମ୍ବାନୀଙ୍କ ନେଟୱର୍ଥ ୮୩.୧ ବିଲିୟନ ଡଲାରରେ ପହଞ୍ଚିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ