Before Header

‘ବଡ଼ ଖବର’ରେ ଶଙ୍କରାଚାର୍ଯ୍ୟ EXCLUSIVE: ମୋତେ କେହି ବି ପଚାରି ନାହାନ୍ତି

0 144

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ । ଚାରିଧାମ ମଧ୍ୟରୁ ଗୋଟିଏ । ଓଡ଼ିଶାର ଆଧ୍ୟାତ୍ମିକ ରାଜଧାନୀ । ଶ୍ରୀମନ୍ଦିର, ମଠମନ୍ଦିର ଓ ମହୋଦଧି ଅଧ୍ୟାତ୍ମିକତାକୁ ଦ୍ୱିଗୁଣିତ କରୁଛି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏହି ଆଧ୍ୟାତ୍ମିକ କ୍ଷେତ୍ରକୁ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ଚଳାଇଛି ଉଦ୍ୟମ । ପ୍ରଶାସନର ଏହି ନିଷ୍ପତ୍ତି ସାଢେଚାରିକୋଟି ଜଗନ୍ନାଥ ପ୍ରେମୀଙ୍କୁ ସନ୍ତୁଷ୍ଟ କରିପାରୁନି । ଏପରି ରାଜ୍ୟ ସରକାର ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବପାକୁ ଉଚିତ ମଣୁ ନାହାନ୍ତି ।

ପୁରୀ ଏକ ପବିତ୍ର ଓ ଧାର୍ମିକସ୍ଥଳ । ଯୁଗ ଯୁଗ ଧରି ଶ୍ରୀଜଗନ୍ନାଥଙ୍କ ଚେତନା ଓ ମହିମା ଏହି ଧାମରୁ ହିଁ ପ୍ରଚାର କରିଆସିଛନ୍ତି ବିଭିନ୍ନ ଧର୍ମର ସାଧୁସନ୍ଥ । ଶ୍ରୀମନ୍ଦିର ନିରାପତ୍ତା ଓ ସୁରକ୍ଷାକୁ ଗୌଣକରି ଏହାର ଆଧ୍ୟାତ୍ମିକ ପରିବେଷ ମାଟିରେ ମିଶାଇ ଦେବାକୁ ଚାଲିଛି ଉଦ୍ୟମ । ଏ ପୀଠର ଧର୍ମଗୁରୁ ହିସାବରେ ମୋ ପରାମର୍ଶ ନେବା ତ ଦୂରର କଥା କେହି ଥରୁଟେ ବି ମୋ ପାଖକୁ ଆସି ନାହାନ୍ତି । ଶ୍ରୀମନ୍ଦିରର ଐତିହ କରିଡରକୁ ନେଇ କ୍ଷୋଭର ସହ କହିଛନ୍ତି ଶଙ୍କରାଚାର୍ଯ୍ୟ ।

ପର୍ଯ୍ୟଟନକ୍ଷେତ୍ର ନାଁରେ ଏହି ତୀର୍ଥଭୂମିକୁ ନଷ୍ଟ କରିବାକୁ ଉଦ୍ୟମ ଚାଲିଛି । ତୀର୍ଥଭୂମିକୁ ଭୋଗଭୂମି କରାଯାଉଛି । ଶ୍ରୀମନ୍ଦିର ପାଇଁ ଜାରି ହୋଇଛି ନୂଆନକ୍ସା । ଶ୍ରୀମନ୍ଦିର ଚାରିପଟେ ବଡ଼ ବଡ଼ କୁଣ୍ଡରେ ଲାଗିଛି ଗଛ । ଫୁଲଫୁଟୁନଥିବା ଗଛ ଲାଗିଛି । ଆଧ୍ୟାତ୍ମିକ ପରିବେଶକୁ ମାଟିରେ ମିଶାଯାଇଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ଉପାଦାନ ରଖାଯାଇଛି । ମାତ୍ର ସରକାର କହୁଛନ୍ତି ଆଧ୍ୟାତ୍ମିକ କାର୍ଯ୍ୟ ଚାଲିଛି । ଏଭଳି ବୟାନ ଦେଇଛନ୍ତି ଶଙ୍କରାଚାର୍ଯ୍ୟ ।

ସେ କହିଛନ୍ତି ଏଠି କୌଣସି ପ୍ରକାର ଆଧ୍ୟାତ୍ମିକର ଚିହ୍ନବର୍ଣ୍ଣ ନାହିଁ । ଐତିହକୁ ଭାଙ୍ଗିି ସରକାର କି ଐତିହ ସୁରକ୍ଷା କରିବେ? ମଠ ମହନ୍ତମାନଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଶଙ୍କରାଚାର୍ଯ୍ୟ । ଅର୍ଥ ପାଇଁ ଏମାନେ କିଭଳି ନିଜ ମଠଗୁଡିକୁ ଭାଙ୍ଗିବା ପାଇଁ ରାଜି ହୋଇଗଲେ । ଏହାକୁ ନେଇ ସେ ବିରକ୍ତ ହେବା ସହ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ଶ୍ରୀମନ୍ଦିରର ଆଧ୍ୟତ୍ମିକକୁ ବଞ୍ଚାଇବାକୁ ପଡିବ । ଏହା କୌଣସି ପର୍ଯ୍ୟଟନ କ୍ଷେତ୍ର ନୁହେଁ । ପ୍ରଥମେ ଧାର୍ମିକସ୍ଥଳ ଓ ପରେ ପର୍ଯ୍ୟଟନ କ୍ଷେତ୍ର । ଥରେ ଯଦି ଶ୍ରୀମନ୍ଦିର ଆଧ୍ୟତ୍ମିକତା ଚାଲିଯିବ ତେବେ ଏହାର ପବିତ୍ରତା ନଷ୍ଟ ହୋଇଯିବ ।

Leave A Reply

Your email address will not be published.