Masthead

ଭାଇରାଲ ଭିଡିଓ, ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ

ସମ୍ବଲପୁର, (ବଡ଼ ଖବର ବ୍ୟୁରୋ): ହସ୍ପିଟାଲ ପରିସରରେ ଯୁବକଙ୍କୁ ଚପଲରେ ମାଡ଼ ମାରିଲେ ଯୁବତୀ । ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଯୁବକଙ୍କୁ ଯୁବତୀ ଜଣକ ଚପଲରେ ମାଡ ମାରୁଥିବାର ଦେଖିବାକୁ ମିଳିଛି । ଖାଲି ସେତିକି ନୁହେଁ ଘଟଣାରେ ଅନ୍ୟଜଣଙ୍କ ହସ୍ତକ୍ଷେପ ପରେ ମାଡ଼ ଖାଉଥିବା ଯୁବକ ଜଣକ ଫେରି ଯାଉଥିଲା । ପରେ ଯୁବତୀ ଜଣକ ଯୁବକଟିକୁ ଗୋଡାଇ ଗୋଡାଇ ପିଟିବା ସହ ତାଙ୍କ ଉପରକୁ ଚପଲ ଫୋପାଡି ଥିଲେ । ଏହାପରେ ଯୁବକ ଜଣକ ମଧ୍ୟ ଯୁବତୀଙ୍କୁ ଦୁଇରୁ ତିନି ଚାପୁଡା ମାରଥିଲେ । କୁହାଯାଉଛି ଏହି ଭିଡିଓଟି କୁଆଡେ ବୁର୍ଲା ଭୀମସାର ପରିସରର ।

ସୋସିଆଲ ମିଡିଆରେ ଏହି ଭିଡିଓଟି ବେଶ୍ ଭାଇରାଲ ହେବାରେ ଲାଗିଛି । ସେପଟେ ଭୀମସାର ସୁପରିଟେଣ୍ଡେଣ୍ଟ ଜୟନ୍ତୀ ଦୋରା କହିଛନ୍ତି, ଭିଡିଓଟି ଭୀମସାର ପରିସରର ଭଳି ଲାଗୁଛି । ହେଲେ ଭିଡିଓରେ ଥିବା ଯୁବକ ଯୁବତୀଙ୍କୁ ସେ ଜାଣି ନଥିବା କହିଛନ୍ତି । ଏପରିକି ଏନେଇ ସେ କାହାଠାରୁ କୌଣସି ଅଭିଯୋଗ ମଧ୍ୟ ପାଇନାହାନ୍ତି । ଏପରିକି ଭିଡିଓଟି କେବର ତାହା ମଧ୍ୟ ଜଣାପଡୁନି । ତେବେ ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି । ଏହି ଭାଇରାଲ ଭିଡିଓକୁ ନେଇ ସମ୍ବଲପୁର ଓ ବୁର୍ଲା ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ