Masthead

ଚମକିଲେ ଭାରତୀୟ ବ୍ୟାଟର, କ୍ରିଜରେ ଛିଡାହୋଇପାରିଲେନାହିଁ କଙ୍ଗାରୁ କ୍ରିକେଟର

ନାଗପୁର(ବଡ଼ ଖବର ବ୍ୟୁରୋ): ଅଢେଇଦିନରେ ଅଷ୍ଟ୍ରେଲିଆର ଆତ୍ମସମର୍ପଣ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆର ଇନିଂସ ବିଜୟ । ଦ୍ୱିତୀୟ ଇନିଂସରେ ଅଶ୍ୱିନୀ ଯାଦୁ । ମାତ୍ର ୯୧ ରନରେ ଅଲଆଉଟ ଟିମ୍ କଂଗାରୁ । ପ୍୍ରଥମ ଇନିଂସରେ ଅଷ୍ଟ୍ରେଲିଆର ୧୭୭ ରନ୍ ଜବାବରେ ଭାରତ ୪୦୦ ରନ୍ କରି ୨୨୩ରନର ବୃହତ ଅଗ୍ରଣୀ ହାସଲ କରିଥିଲା । ଭାରତ ପକ୍ଷରୁ ରୋହିତଙ୍କ ଶତକ ସହ ଜାଡେଜାଙ୍କ ୭୦ ଓ ଅକ୍ଷର ପଟେଲ ୮୪ ରନ୍ କରିଥିଲେ । ଶେଷଆଡକୁ ମହମ୍ମଦ ସାମି ୩ଟି ଛକ୍କା ଓ ୨ଟି ଚୌକା ବଳରେ ୩୭ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଡେବୁ୍ୟଟାଣ୍ଟ ଟି. ମୁର୍ଫି ୭ ୱିକେଟ ସଫଳତା ପାଇଥିଲେ । ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଥିଲେ ।

ଅଶ୍ୱିନୀଙ୍କ ସ୍ପିନ ଆଗରେ କଂଗାର ବ୍ୟାଟିଂ ଲାଇନଅପ୍ ତାସ୍ ଘର ଭଳି ଭୁଶୁଡିଗଲା । ଦଳ ପକ୍ଷରୁ ଷ୍ଟିଭେନ ସ୍ମିଥ ସର୍ବାଧିକ ୨୫ ରନ୍ କରି ଅପରାଜିତ ଥିଲେ । ବାକି କେହି ବି କ୍ରିଜରେ ଛିଡା ହୋଇପାରି ନ ଥିଲେ । ଅଶ୍ୱିନୀ ୫, ଜାଡେଜା ଓ ସାମି ୨ଟି ଲେଖାଏଁ ଏବଂ ଅକ୍ଷରଙ୍କୁ ଗୋଟିଏ ସଫଳତା ମିଳିଥିଲା । ଭାରତ ଇନିଂସ ଓ ୧୩୨ ରନର ବୃହତ ବିଜୟ ସହ ବର୍ଡର ଗାଭାସ୍କର ଟ୍ରଫିରେ ଅଭିଯାନ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂ ସଫଳତା ପାଇଁ ରବୀନ୍ଦ୍ର ଜାଡେଜାଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍