Masthead

ତୁର୍କୀରେ ପ୍ରକୃତିର କୋପ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଛି ତୁର୍କୀ । ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିବା ନେଇ ଅନୁମାନ କରାଯାଇଛି । ତୁର୍କୀ ଓ ସିରିଆରେ ମୃତୁ୍ୟ ସଂଖ୍ୟା ୩୩ହଜାର ଟପିଛି । କେବଳ ତୁର୍କୀରେ ୩୦ ହଜାର ଉପରେ ରହିଛି ମୃତୁ୍ୟ ସଂଖ୍ୟା । ତେବେ ମୃତୁ୍ୟ ସଂଖ୍ୟା ୫୦ହଜାର ଟପିବା ନେଇ ଜାତିସଂଘ ଆକଳନ କରିଛି । ଏବେବି ହଜାର ହଜାର ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଛନ୍ତି। ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହିଛନ୍ତି ଲକ୍ଷାଧିକ ଲୋକ। ଥଇଥାନ ଓ ପୁନରୁଦ୍ଧାର ପାଇଁ ସହାୟତାର ହାତ ବଢାଇଛିି ବିଶ୍ୱ ବ୍ୟାଙ୍କ୍।

ତୁର୍କୀ ଭୂକମ୍ପ ପୀଡିତଙ୍କ ପାଇଁ ଜରୁରୀକାଳୀନ ଭିସା ଦେବାକୁ ଘୋଷଣା କରିଛି ଜର୍ମାନୀ। ଆମେରିକା ସମେତ ୫୦ରୁ ଅଧିକ ଦେଶ ସହାୟତା ପାଇଁ ଆଗେଇ ଆସିଛନ୍ତି। ଅପରେସନ୍ ‘ଦୋସ୍ତ’ ଜରିଆରେ ଭାରତ ମଧ୍ୟ ସହାୟତା ଜାରି ରଖିଛି। ତୁର୍କୀରେ ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି ଏନଡିଆରଏଫର ୨ଶହ ଜଣିଆ ଟିମ୍। ସେପଟେ ୨୩ ଟନର ରିଲିଫ୍ ସାମଗ୍ରୀ ନେଇ ତୁର୍କୀରେ ପହଞ୍ଚିଛି ଭାରତର ଅପରେସନ ‘ଦୋସ୍ତ’ର ସପ୍ତମ ବିମାନ। ଜେନ୍ ସେଟ୍, ସୋଲାର ଲ୍ୟାମ୍ପ ସହ ଜରୁରୀ ମେଡିକାଲ ସାମଗ୍ରୀ ନେଇ ଏହି ବିମାନ ପହଞ୍ଚିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର