Masthead

ଜିଅନ୍ତା ଜଳିଗଲେ ମା-ଝିଅ

କାନପୁର(ବଡ଼ ଖବର ବ୍ୟୁରୋ):  ପୋଲିସ ସାମ୍ନାରେ ପୋଡିଗଲେ ମା-ଝିଅ । ବଞ୍ଚାଇବା ପାଇଁ କେହି ବି ଆସିଲେ ନାହିଁ ଆଗକୁା ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁୂ ମିଳିଛି ଉତ୍ତର ପ୍ରଦେଶର କାନପୁରରେ । ଯାହାର ଏକ ଭିଡିଓ ୟୁପି କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲରରେ ସେଆର କରାଯାଇଛି। କାନପୁର ଦେହାଟର ମୈଥା ତହସିଲର ମଦୌଲି ପଞ୍ଚାୟତର ଚାହଲା ଗ୍ରାମରେ ଗାଁ ସମାଜର ଜମିରୁ ଅନଧିକାର ପ୍ରବେଶ ହଟାଇବାକୁ ଯାଇଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସାମ୍ନାରେ ଝୁମ୍ପୁଡି ଭିତରେ ଜୀବନ୍ତ ପୋଡି ହୋଇଯାଇଛନ୍ତି ମା-ଝିଅ ।

ଉଭୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଘର ମାଲିକ ଏବଂ ରୁରା ଇନ୍ସପେକ୍ଟର ମଧ୍ୟ ଜଳି ଯାଇଥିଲେ। ଉତ୍ତେଜିତ ଲୋକେ ହଙ୍ଗାମା ସୃଷ୍ଟି କରିଥିଲେ। ସେପଟେ ସମାଜବାଦୀ ପାର୍ଟି ଟ୍ୱିଟ କରି କହିଛି, ମୃତକଙ୍କ ପୁଅ ଚିତ୍କାର କରି ପ୍ରଶାସନିକ ଅଧିକାରୀଙ୍କୁ ଦୋଷୀ ବୋଲି କହୁଛି। ଏପରି ଅଧିକାରୀଙ୍କ ଉପରେ ହତ୍ୟା, ହତ୍ୟା ଯୋଜନା, ବଟି ଆଦାୟ କରିବା, ଧମକାଇବା ଆଦି ସଙ୍ଗୀନ ଦଫାରେ କେବେ ମାମଲା ରୁଜୁ କରି ଜେଲ୍‌ ପଠାଇବେ ସରକାର। ସଫା ଅଧ୍ୟକ୍ଷ ଅଖିଳେଇ ଯାଦବ ବି ନିଜ ଟ୍ୱିଟର ହ୍ୟାଣ୍ଡେଲରରେ ଏହି ଟ୍ୱିଟକୁ ଶେଆର କରିଛନ୍ତି। ହେଲେ ନିଜ ସଫେଇରେ ଦେହାତର ପୁଲିସ୍‌ ଅଧିକ୍ଷକ କହିଛନ୍ତି, ପୁଲିସ୍‌ ଟିମ୍‌ ସେଠାକୁ ଜବରଦଖଲ ଉଚ୍ଛେଦ କରିବାକୁ ଯାଇଥିଲା।

ମାତ୍ର ମା’ ଝିଅ ନିଜକୁ ଘରେ କବାଟ ଦେଇ ନିଆଁ ଲଗାଇ ଦେଇଥିଲେ। ମାମଲାର ଯାଞ୍ଚ ଚାଲିଛି। ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ, ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ସରକାର ମନ୍ତ୍ରୀ ପ୍ରତୀ ଶୁକ୍ଲା ମୃତକଙ୍କ ପରିବାରକୁ ଭେଟିବା ପାଇଁ ପହଞ୍ଚିଥିଲେ। ଅନ୍ୟପକ୍ଷରେ, ଆଜି ମା’ ଓ ଝିଅଙ୍କ ମୃତ୍ୟୁ ପରେ କଂଗ୍ରେସର ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ କାନପୁର ଦେହତର ମାଡାଉଲି ଗ୍ରାମରେ ପରିବାର ସଦସ୍ୟଙ୍କୁ ଭେଟିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ