Masthead

ପ୍ରେମିକାକୁ ମାରି ଖଟତଳେ ଶବ ରଖିଥିଲା ବୟଫ୍ରେଣ୍ଡ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ହତ୍ୟାକରି ଫ୍ରିଜରେ ଶବ ରଖିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ମହାରାଷ୍ଟ୍ର ମୁମ୍ବାଇରୁ ଆସିଛି ସମାନ ଘଟଣା । ମହାରାଷ୍ଟ୍ରର ପାଲଘରରେ ଲିଭ-ଇନ୍ ପାର୍ଟନରକୁ ହତ୍ୟା କରି ବେଡ୍ ତଳେ ପ୍ରେମିକ ଲୁଚାଇ ରଖିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପ୍ରେମିକାକୁ ହତ୍ୟା କରିବା ପରେ ମୃତ ଶରୀରକୁ ଲୁଚାଇ ଖସି ଚାଲିଯିବାକୁ ଚେଷ୍ଟା କରିଥିଲା ପ୍ରେମିକ । କିନ୍ତୁ ପୋଲିସ ପ୍ରେମିକକୁ ଗିରଫ କରିଛି । ପୋଲିସର କହିବା ଅନୁସାରେ, ୩୭ବର୍ଷିୟ ମହିଳା ମେଘା ତାଙ୍କ ପ୍ରେମିକ ହାର୍ଦିକ୍ ସାହାଙ୍କ ସହ ଲିଭ୍-ଇନରେ ରହୁଥିଲେ । ଉଭୟ ୩ବର୍ଷ ହେବ ରିଲେସନସିପରେ ଥିବା ବେଳେ ଗତ ୬ମାସ ହେବ ଲିଭ-ଇନରେ ରହୁଥିଲେ ।

ସବୁକିଛି ଠିକ୍ ଚାଲିଥିବା ବେଳେ ଗତ ଏକ ମାସ ହେବ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା । ପଡୋଶୀ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡାକୁ ନେଇ ଅଭିଯୋଗ ଆଣିଥିଲେ । ଏହା ପରେ ହାର୍ଦ୍ଦିକ ମେଘାଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ସେ ରହୁଥିବା ଭଡା ଘରେ ମେଘାଙ୍କ ଶବକୁ ଲୁଚାଇ ରଖିଥିଲେ । ବେଡରୁମରେ ପଡିଥିବା ବେଡ୍ ତଳେ ମେଘାଙ୍କ ଶବକୁ ଲୁଚାଇ ରଖିଥିଲେ । ପରେ ଘରର କିଛି ଜିନିଷ ବିକ୍ରି କରି ଘର ଛାଡି ପଳାଇଥିଲେ । କିନ୍ତୁ ପୋଲିସକୁ ଯେତେବେଳେ ହତ୍ୟା ଏବଂ ହତ୍ୟାକାରୀ ଖସିଯିବା ଘଟଣା ବାବଦରେ ସୂଚନା ମିଳିଥିଲା, ସେତେବେଳେ ହାର୍ଦ୍ଦିକୁ ଧରିବା ପାଇଁ ପୋଲିସ୍ ଲୋକେସନ୍ ଟ୍ରାକ୍ କରିଥିଲା । ଏବଂ ହାର୍ଦ୍ଦିକୁ ପିଛା କରି ପୋଲିସ ତାକୁ ଗିରଫ କରିଥିଲା । ଏବେ ହାର୍ଦ୍ଦିକକୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ରିମାଣ୍ଡରେ ନେଉ ପଚରାଉଚରା କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାରତ କେବଳ ପାକିସ୍ତାନ ନୁହଁ ବରଂ ୩ଟି ଦେଶକୁ ପରାସ୍ତ କରିଛି : ରାହୁଲ ଆର ସିଂହ 🔴 ଆମେରିକାରେ ପାସ୍ ହେଲା ‘ୱାନ୍ ବିଗ୍ ବିୟୁଟିଫୁଲ ବିଲ୍’ 🔴 TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ 🔴 ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଜି ନବମୀ ସନ୍ଧ୍ୟା ଦର୍ଶନ 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି