Masthead

ପ୍ରେମିକାକୁ ମାରି ଖଟତଳେ ଶବ ରଖିଥିଲା ବୟଫ୍ରେଣ୍ଡ

ମହାରାଷ୍ଟ୍ର(ବଡ଼ ଖବର ବ୍ୟୁରୋ): ହତ୍ୟାକରି ଫ୍ରିଜରେ ଶବ ରଖିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ମହାରାଷ୍ଟ୍ର ମୁମ୍ବାଇରୁ ଆସିଛି ସମାନ ଘଟଣା । ମହାରାଷ୍ଟ୍ରର ପାଲଘରରେ ଲିଭ-ଇନ୍ ପାର୍ଟନରକୁ ହତ୍ୟା କରି ବେଡ୍ ତଳେ ପ୍ରେମିକ ଲୁଚାଇ ରଖିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ପ୍ରେମିକାକୁ ହତ୍ୟା କରିବା ପରେ ମୃତ ଶରୀରକୁ ଲୁଚାଇ ଖସି ଚାଲିଯିବାକୁ ଚେଷ୍ଟା କରିଥିଲା ପ୍ରେମିକ । କିନ୍ତୁ ପୋଲିସ ପ୍ରେମିକକୁ ଗିରଫ କରିଛି । ପୋଲିସର କହିବା ଅନୁସାରେ, ୩୭ବର୍ଷିୟ ମହିଳା ମେଘା ତାଙ୍କ ପ୍ରେମିକ ହାର୍ଦିକ୍ ସାହାଙ୍କ ସହ ଲିଭ୍-ଇନରେ ରହୁଥିଲେ । ଉଭୟ ୩ବର୍ଷ ହେବ ରିଲେସନସିପରେ ଥିବା ବେଳେ ଗତ ୬ମାସ ହେବ ଲିଭ-ଇନରେ ରହୁଥିଲେ ।

ସବୁକିଛି ଠିକ୍ ଚାଲିଥିବା ବେଳେ ଗତ ଏକ ମାସ ହେବ ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡା ହେଉଥିଲା । ପଡୋଶୀ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡାକୁ ନେଇ ଅଭିଯୋଗ ଆଣିଥିଲେ । ଏହା ପରେ ହାର୍ଦ୍ଦିକ ମେଘାଙ୍କୁ ହତ୍ୟା କରିଥିଲେ । ହତ୍ୟା କରିବା ପରେ ସେ ରହୁଥିବା ଭଡା ଘରେ ମେଘାଙ୍କ ଶବକୁ ଲୁଚାଇ ରଖିଥିଲେ । ବେଡରୁମରେ ପଡିଥିବା ବେଡ୍ ତଳେ ମେଘାଙ୍କ ଶବକୁ ଲୁଚାଇ ରଖିଥିଲେ । ପରେ ଘରର କିଛି ଜିନିଷ ବିକ୍ରି କରି ଘର ଛାଡି ପଳାଇଥିଲେ । କିନ୍ତୁ ପୋଲିସକୁ ଯେତେବେଳେ ହତ୍ୟା ଏବଂ ହତ୍ୟାକାରୀ ଖସିଯିବା ଘଟଣା ବାବଦରେ ସୂଚନା ମିଳିଥିଲା, ସେତେବେଳେ ହାର୍ଦ୍ଦିକୁ ଧରିବା ପାଇଁ ପୋଲିସ୍ ଲୋକେସନ୍ ଟ୍ରାକ୍ କରିଥିଲା । ଏବଂ ହାର୍ଦ୍ଦିକୁ ପିଛା କରି ପୋଲିସ ତାକୁ ଗିରଫ କରିଥିଲା । ଏବେ ହାର୍ଦ୍ଦିକକୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ରିମାଣ୍ଡରେ ନେଉ ପଚରାଉଚରା କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି