Masthead

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାଛିବ ତ୍ରିପୁରା, ପ୍ରସ୍ତୁତି ଚୂଡାନ୍ତ

ନୂଆଦିଲ୍ଲୀ(ବଡ ଖବର ବ୍ୟୁରୋ): ଆସନ୍ତାକାଲି ଅର୍ଥାତ ଫେବ୍ରୁଆରୀ ୧୬ରେ ହେବାକୁ ଯାଉଛି ତ୍ରିପୁରା ବିଧାନସଭା ନିର୍ବାଚନ । ନିର୍ବାଚନ ଲାଗି ପ୍ରସ୍ତୁତି ଚୂଡାନ୍ତ କରିଛି ନିର୍ବାଚନ ଆୟୋଗ । ସକାଳ ୭ଟାରୁ ଆରମ୍ଭ ହେବ ମତଦାନ । ତ୍ରିପୁରା ବିଧାନସଭା ନିର୍ବାଚନରେ ୨୫୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ପ୍ରାୟ ୨୮ ଲକ୍ଷରୁ ଅଧିକ ଭୋଟର । ୨୮୯ ପ୍ରାର୍ଥୀଙ୍କ ମଧ୍ୟରୁ ୨୨ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ସୂଚନା ତେବେସ ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଭୋଟ ଗ୍ରହଣ ପାଁଇ ନିୟଜିତ ଥିବା ସମସ୍ତ ଅଧିକାରୀ ବୁଥ ଗୁଡିକରେ ପହଂଚି ସାରିଛନ୍ତି। ସାରା ରାଜ୍ୟରେ ୩ ହଜାର ୩୨୮ଟି ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି। ନିର୍ବାଚନ କମିଶନଙ୍କ ପକ୍ଷରୁ ମଧ୍ୟ ଆଦର୍ଶ ଭୋଟ ଗ୍ରହଣ କେନ୍ଦ୍ର ଓ ମହିଳାମାନଙ୍କ ଲାଗି ସ୍ୱତନ୍ତ୍ର ଭୋଟ ଗ୍ରହଣ କେନ୍ଦ୍ରର ଆୟୋଜନ କରାଯାଇଛି ।

ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଚଳିତ ବିଧାନସଭା ନିର୍ବାଚନରେ ହେଭିୱେଟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଡଃ ମାଣିକ ଶାହା, କେନ୍ଦ୍ରମନ୍ତ୍ରୀ ପ୍ରତିମା ଭୋମିକ, ରାଜ୍ୟ ବିଜେପି ଅଧ୍ୟକ୍ଷ ରାଜୀବ ଭାଟାଚାର୍ୟ୍ୟ, ଉପ-ମୁଖ୍ୟମନ୍ତ୍ରୀ ଜିସନୁ ଦେବବର୍ମନ, ବରିଷ୍ଠ ସିପିଆଇଏମ ନେତା ଜିତେନ୍ଦ୍ର ଚୌଧୁରୀ ଏବଂ ପବିତ୍ର କର, ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ବିରଜିତ ସିହ୍ନା ଓ ପୂର୍ବତନ ମନ୍ତ୍ରୀ ସୂଦୀପ ରାୟ ବର୍ମନ ପ୍ରମୁଖ ପ୍ରତିଦ୍ବନ୍ଦିତା କରୁଛନ୍ତି। ତେବେ ତ୍ରିପୁରାର ସମସ୍ତ ୬୦ଟି ସିଟରେ ଆସନ୍ତା କାଲି ନିର୍ବାଚନ ହେବାକୁ ଥିବାବେଳେ ମାର୍ଚ୍ଚ ୨ରେ ପ୍ରକାଶ ପାଇବ ଫଳାଫଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!