Masthead

ତ୍ରିପୁରା ନିର୍ବାଚନ, ସିପିଆଇ ସମର୍ଥକଙ୍କୁ ଆକ୍ରମଣ

ତ୍ରିପୁରା (ବଡ଼ ଖବର ବ୍ୟୁରୋ): ଆଜି ତ୍ରିପୁରା ବିଧାନସଭା ନିର୍ବାଚନ । ୬୦ ଆସନ ପାଇଁ କଡା ସୁରକ୍ଷାରେ ଚାଲିଛି ମତଦାନ । ୩ ହଜାର ୩୨୮ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସେଥିମଧ୍ୟରୁ ୧୧୦୦ ବୁଥକୁ ସମ୍ବେଦନଶୀଳ ଓ ୨୮ ମତଦାନ କେନ୍ଦ୍ରକୁ ଅତି ସମ୍ବେଦନଶୀନ ଘୋଷଣା କରାଯାଇଛି । ତ୍ରିପୁରାର ୨୮ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୫୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ସେପଟେ ଦକ୍ଷିଣ ତ୍ରିପୁରା ଜିଲ୍ଲାର ୩୬ ଶାନ୍ତିରବଜାର ନିର୍ବାଚନମଣ୍ଡଳୀର କାଲାଚେରା ମତଦାନ କେନ୍ଦ୍ର ବାହାରେ ଜଣେ ସିପିଆଇ ସମର୍ଥକଙ୍କୁ ଅତି ନିମର୍ମ ଭାବେ ବାଡେଇବା ଖବର ସାମ୍ନାକୁ ଆସିଛି । ଆହାତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ବୁଥ ବାହାରେ ପୋଲିସ ସଜାଗ ରହିଛି । ଅନ୍ୟପଟେ ମିଳଥିବା ସୂଚନା ଅନୁସାରେ ଜଣେ ସିପିଆଇ ସମର୍ଥକଙ୍କୁ ଆକ୍ରମଣ କରାଯାଇଥିଲା । ଯେଉଁଥିରେ ସେ ଆହାତ ହୋଇଥିେଲେ । ସେମାନଙ୍କ ବିରୋଧରେ ଶାନ୍ତିବଜାର ପୋଲିସ ଷ୍ଟେସନରେ ଏଫଆଇଆର ପଞ୍ଜିକୃତ କରାଯାଇଛି । ଅପରାଧିକୁ ଯଥାଶୀଘ୍ର ଧରାଯିବ ବୋଲି ପୋଲିସ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା 🔴 OAS ସଂଘ ଆନ୍ଦୋଳନ ପ୍ରତ୍ୟାହୃତ 🔴 ୪ ଜିଲ୍ଲାରେ ପ୍ରବଳ ବର୍ଷିବ ! 🔴 ପାକିସ୍ତାନ ସୀମା ଜଗିବ ଆପାଚି 🔴 ଭାରତ ଆସିବେ ପାକିସ୍ତାନ ଖେଳାଳି 🔴 ବନ୍ୟାପାଣି ଘେରରେ ଜୀବନ 🔴 ଘାନାରେ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ 🔴 ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଆଲର୍ଟ 🔴 ଆତଙ୍କୀଙ୍କ ଆଡ୍ଡା ପାଲଟିଛି ଗଞ୍ଜାମ,୨୪ ଘଣ୍ଟା ମଧ୍ୟରେ ହୋଇଛି ୩ ହତ୍ୟାକାଣ୍ଡ 🔴 ରେଳଧାରଣାକୁ ଧସିଲା ମାଟି 🔴 ଜେଲ ଯିବେ ଶେଖ ହାସିନା