Masthead

ଡାକ ବିଭାଗ ଇତିହାସରେ ବିରଳ ଘଟଣା, ୧୦୦ ବର୍ଷ ପରେ ପହଞ୍ଚିଲା ଚିଠି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଡାକ ବିଭାଗ ଇତିହାସରେ ବିରଳ ଘଟଣା । ୧୦୦ ବର୍ଷ ପରେ ଠିକଣାରେ ପହଞ୍ଚିଛି ଚିଠି । ୧୯୧୬ ମସିହାରେ ଚିଠିଟି ବ୍ରିଟେନର ବାଥ୍‌ରୁ ପଠାଯାଇଥିଲା। ସେଥିରେ ରାଜା ପଞ୍ଚମ ଜର୍ଜଙ୍କ ଷ୍ଟାମ୍ପ ମଧ୍ୟ ଲାଗିଛି। ୨୦୨୧ ମସିହାରେ ଥିଏଟର ଡାଇରେକ୍ଟର ଫିନଲେ ଗ୍ଲେନଙ୍କ ଦକ୍ଷିଣ ଲଣ୍ଡନସ୍ଥିତ ଚିଠିବାକ୍ସରେ ପହଞ୍ଚିଛି। ଏହି ଅପ୍ରତ୍ୟାଶିତ ଚିଠିକୁ ଦେଖି ୨୭ ବର୍ଷୀୟ ଗ୍ଲେନ୍ ଏବଂ ତାଙ୍କ ବାନ୍ଧବୀ ଚକିତ ହୋଇଛନ୍ତି। ପ୍ରାୟ ବର୍ଷେକାଳ ଚିଠିଟି ଗ୍ଲେନଙ୍କ ଘରେ ରହିବା ପରେ ସେ ତାହାକୁ ସ୍ଥାନୀୟ ହିଷ୍ଟୋରିକାଲ ସୋସାଇଟିରେ ପ୍ରଦାନ କରିଛନ୍ତି।

ଗବେଷଣାରୁ ଜଣାଯାଇଛି ଯେ ଚିଠିଟି ପ୍ରଥମ ବିଶ୍ବଯୁଦ୍ଧ ବେଳେ କେଟି ମାର୍ସଙ୍କ ନିକଟକୁ କ୍ରିଷ୍ଟାବେଲ୍ ମେନେଲ ପଠାଇଥିଲେ। କ୍ରି‌ଷ୍ଟାବେଲ୍ ସେତେବେଳେ ବାଥ୍‌ଠାରେ ଛୁଟି କଟାଉଥିଲେ ବୋଲି ସ୍ଥାନୀୟ ଇତିହାସ ମାଗାଜିନ ଦ ନରଉଡ୍‌ ରିଭ୍ୟୁର ସଂପାଦକ ଷ୍ଟିଫେନ ଅକ୍ସଫୋର୍ଡ କହିଛନ୍ତି। କେଟି ମାର୍ସ ହେଉଛନ୍ତି ସ୍ଥାନୀୟ ଷ୍ଟାମ୍ପ ମ୍ୟାଗନେଟ ଓସୱାର୍ଲଡ ମାର୍ସଙ୍କ ପତ୍ନୀ।

ସେହିଭଳି କ୍ରିଷ୍ଟାବେଲ୍ ମେନେଲ ହେଉଛନ୍ତି ଧନୀ ଚା’ ବ୍ୟବସାୟୀ ହେନରି ଟୁକେ ମେନେଲଙ୍କ ଝିଅ। ଚିଠି ଏତେଦିନ ଧରି ପଡ଼ି ରହିବାର କାରଣ ସ୍ପଷ୍ଟ ହୋଇନାହିଁ ବୋଲି ରୟାଲ ମେଲ୍‌ କହିଛି। କିନ୍ତୁ ଅକ୍ସଫୋର୍ଡ କହିଛନ୍ତି ଯେ କୌଣସି ବନ୍ଦ ହୋଇଯାଇଥିବା ‌ଚିଠି ସର୍ଟିଂ କାର୍ୟ୍ୟାଳୟରେ ଏହା ରହିଯାଇ ଥାଇପାରେ। ପ୍ରେରକ କିମ୍ବା ପ୍ରାପକଙ୍କ କେହି ସଂପର୍କୀୟ ଯଦି ତାଙ୍କୁ ଯୋଗାଯୋଗ କରନ୍ତି ତାହେଲେ ସେ କ’ଣ କରିବେ ବୋଲି ପ୍ରଶ୍ନ ହେବାରୁ ଗ୍ଲେନ୍‌ କହିଥିଲେ ସେମାନେ ଏହାକୁ ନେଇପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା